କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ରେ ମଲ୍ଲୀପଶି ବିଦ୍ୟାଳୟର କୃତିତ୍ୱ
News Summary
ପାଟଣା ବ୍ଲକ ମୁଷାଖୋରୀ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ରେ ମଲ୍ଲୀପଶି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା। ବିଭିନ୍ନ ପ୍ରତିଯୋଗିତାରେ ହାସଲ କଲେ ପୁରସ୍କାର ଓ ସ୍ଥାନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୪/୧୦: ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରୀ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ସରାସକୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଲ୍ଲୀପଶି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।କନିଷ୍ଠ ବର୍ଗରେ ପଞ୍ଚମ ଶ୍ରେଣୀର ଛାତ୍ରୀ ଦୃପ୍ତିରାଣୀ ମହାନ୍ତ ସୃଜନଶୀଳ ଲିଖନରେ ପ୍ରଥମ ସ୍ଥାନ ହାସଲ କରି ବ୍ଲକସ୍ତରକୁ ମନୋନୀତ ହୋଇଛନ୍ତି। ସେହିପରି ସ୍ନେହାଞ୍ଜଳୀ ରଣା ପି.ଏମ୍. ପୋଷଣ ଶିଳ୍ପକଳାରେ ଦ୍ୱିତୀୟ ଏବଂ ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସ୍ମୃତୀରେଖା ନାଏକ ଚିତ୍ରାଙ୍କନରେ, ହିମାନ୍ତ ନାଏକ ଗଣିତ ଦୌଡ଼ ଓ ଗଳ୍ପ କଥନରେ ଦ୍ୱିତୀୟ ସ୍ଥାନ ଏବଂ ସମ୍ବିତ ବେହେରା ଗଣିତ କୁଇଜ୍ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ସେହିପରି ଦ୍ୱିତୀୟ ଶ୍ରେଣୀର ଛାତ୍ର ଶୁଭମ ନାଏକ ଗଣିତ ଦୌଡ଼ରେ ପ୍ରଥମ, ସନମ ଦାସ ଗଳ୍ପ କଥନରେ ଦ୍ୱିତୀୟ ଏବଂ ଶୁଭଲକ୍ଷ୍ମୀ ମହାନ୍ତ ଗଣିତ କୁଇଜ୍ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।ତୃତୀୟ ଶ୍ରେଣୀର ତୃପ୍ତିରାଣୀ ମହାନ୍ତ ଚିତ୍ରାଙ୍କନରେ ପ୍ରଥମ, ସାରଦା ବେଦ ଗଳ୍ପ କଥନରେ ପ୍ରଥମ ଏବଂ ତାନ୍ବୀର ମହାନ୍ତ ଗଣିତ କୁଇଜ୍ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।ଏହା ବ୍ୟତୀତ ବିଦ୍ୟାଳୟର ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିବା ସାଂସ୍କୃତିକ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ବିଦ୍ୟାଳୟର ଏହି ଗୌରବୋଜ୍ଜ୍ୱଳ ସଫଳତା ପାଇଁ ସି.ଆର.ସି.ସି. କୁନାଲ କୁମାର ପଣ୍ଡା ଓ ବରିଷ୍ଠ ଶିକ୍ଷକ ସଂଗ୍ରାମ କୁମାର ନାଏକ କୃତୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଚନ୍ଦ୍ର ମହାନ୍ତ, ସହକାରୀ ଶିକ୍ଷକ ତୁଷାର କୁମାର ନାଏକ ଓ ଶିକ୍ଷୟିତ୍ରୀ ପଦ୍ମିନୀ ବେହେରାଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।