ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଆଜିର ପଞ୍ଜିକା ଓ ରାଶିଫଳ: ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

News Summary

ଆଜିର ପଞ୍ଜିକା ଓ ରାଶିଫଳ, ୪ ଅକ୍ଟୋବର ୨୦୨୬: ତିଥି, ନକ୍ଷତ୍ର, ଶୁଭ ସମୟ, ଅଶୁଭ ସମୟ ସହ ମେଷରୁ ମୀନ ପର୍ଯ୍ୟନ୍ତ ୧୨ ରାଶିର ଦୈନିକ ରାଶିଫଳ ଜାଣନ୍ତୁ।

ନଜର ଓଡ଼ିଶା | Nazar Odisha
ଅକ୍ଟୋବର ୪, ୨୦୨୬ (ରବିବାର)
ଶକାବ୍ଦ: ୧୯୪୮ | ସମ୍ବତ୍: ୨୦୮୩ | ଦିଲ୍ଲୀଶ୍ୱରାବ୍ଦ: ୧୪୩୪
ସମ୍ବତ୍ସର: ରୌଦ୍ର | ଆଶ୍ୱିନ ମାସ: କୃଷ୍ଣପକ୍ଷ
ଆଜିର ପଞ୍ଜିକା
ତିଥି: ଅଷ୍ଟମୀ ପ୍ରାତଃ ୦୫:୫୧ ପରେ ନବମୀ
ନକ୍ଷତ୍ର: ପୁନର୍ବସୁ ରାତ୍ରି ୧୨:୧୩ ପରେ ପୁଷ୍ୟା
ଚନ୍ଦ୍ର: ମିଥୁନ ରାତ୍ରି ୦୬:୩୧ ପରେ କର୍କଟ
ଯୋଗ: ପରିଘ
କରଣ: କୌଳବ
ସୌରମାସ: କନ୍ୟା ୧୮ ଦିନ
ସୂର୍ଯ୍ୟୋଦୟ: ପ୍ରାତଃ ୦୫:୩୬:୧୯
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୫:୨୯:୧୨
ଯୋଗିନୀ: ଐଶାନ୍ୟେ, ଦିବା ୦୫:୫୧ ପରେ ପୂର୍ବେ
କନ୍ୟା ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଦ୍ୱିପାଦ ଓ ରାତ୍ରି ୧୨:୧୩ ପରେ ଏକପାଦ ପୁଷ୍କରଦୋଷ
ଶୁଭ ଓ ଅଶୁଭ ସମୟ
କାଳବେଳା ଓ ବାରବେଳା: ଦିବା ୧୦:୦୬ ପରେ ୦୧:୦୫ ମଧ୍ୟରେ
ବିଶୁଦ୍ଧ ଅମୃତ ବେଳା:
ଦିବା ୦୬:୩୦ ପରେ ୦୮:୫୪ ମଧ୍ୟରେ,
୦୧:୦୬ ପରେ ୦୩:୧୮ ମଧ୍ୟରେ ଏବଂ
ରାତ୍ରି ୦୭:୫୫ ପରେ ୦୯:୩୦ ମଧ୍ୟରେ।
ବିଶୁଦ୍ଧ ମାହେନ୍ଦ୍ର ବେଳା: ଦିବା ୦୪:୦୫ ପରେ ୦୪:୫୫ ମଧ୍ୟରେ।
ଆଜି ଲାଉ ଭକ୍ଷଣ ନିଷେଧ।
ଆଜିର ରାଶିଫଳ
ମେଷ
ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟୀ ରହିବ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ସହ ଉତ୍ସାହ ବଢ଼ିବ। ନୂଆ କାମ ଆରମ୍ଭ ପାଇଁ ସମୟ ଅନୁକୂଳ। ପରିବାର ସହ ଆନନ୍ଦମୟ ସମୟ କଟିବ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ।
ବୃଷ
କମ୍ ସମୟରେ ଅଧିକ ଲାଭ ପାଇବାର ଆଶାରେ ଅତିରିକ୍ତ ଝୁମ୍ପ ନେବେ ନାହିଁ। କୋର୍ଟ-କଚେରୀ ସମ୍ବନ୍ଧୀୟ ବିଷୟରୁ ଦୂରେ ରହିବା ଭଲ। ପରିବାରରେ ସୁଖଶାନ୍ତି ରହିବ। ନୂଆ କାମ ଆରମ୍ଭ କରିପାରନ୍ତି। ଆକସ୍ମିକ ଧନଲାଭର ସମ୍ଭାବନା ରହିଛି।
ମିଥୁନ
ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ମିଳିପାରେ। ପୁରୁଣା ଓ ପିଲାଦିନର ବନ୍ଧୁମାନଙ୍କ ସହ ଭେଟ ମନକୁ ଖୁସି କରିବ। ନୂଆ ବନ୍ଧୁତା ମଧ୍ୟ ହୋଇପାରେ। ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। ମଧ୍ୟାହ୍ନ ପରେ ସତର୍କ ରହନ୍ତୁ।
କର୍କଟ
ବ୍ୟବସାୟ କ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ମିଳିବାରୁ ପ୍ରଗତିର ରାସ୍ତା ଖୋଲିପାରେ। ବ୍ୟବସାୟରେ ଆୟ ବଢ଼ିବ। ପିତା ଓ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦରୁ ଲାଭ ମିଳିବ। ମଧ୍ୟାହ୍ନ ପରେ ବନ୍ଧୁମାନଙ୍କ ସହଯୋଗ ମିଳିପାରେ। ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ପଡ଼ିପାରେ।
ସିଂହ
ଅଧିକାରୀଙ୍କ ସହ କଥାବାର୍ତ୍ତା ଓ ବ୍ୟବହାର ସମୟରେ ସଂଯମ ରଖନ୍ତୁ। ବ୍ୟବସାୟରେ କିଛି ବାଧା ଆସିପାରେ। ତେବେ ମଧ୍ୟାହ୍ନ ପରେ ପରିସ୍ଥିତି ଅନୁକୂଳ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ। ଆର୍ଥିକ ଲାଭର ଯୋଗ ରହିଛି।
କନ୍ୟା
ଆଜି କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରହିବା ଭଲ। ପରିବାରରେ କଳହର ପରିସ୍ଥିତି ଉପୁଜିପାରେ। ଇଷ୍ଟଦେବତାଙ୍କ ଆରାଧନା ମାଧ୍ୟମରେ ମାନସିକ ଶାନ୍ତି ମିଳିପାରେ।
ତୁଳା
ସକାଳ ସମୟରେ ବନ୍ଧୁମାନଙ୍କ ସହ ବୁଲାବୁଲି, ଖାଇବା-ପିଇବା ଓ ମନୋରଞ୍ଜନରେ ଦିନ କଟିପାରେ। ଭାଗିଦାରୀ ସମ୍ପର୍କ ଭଲ ରହିବ। ମଧ୍ୟାହ୍ନ ପରେ କିଛି ପ୍ରତିକୂଳତାର ସାମ୍ନା କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଚାନକ ଖର୍ଚ୍ଚ ବଢ଼ିପାରେ।
ବିଛା
ଆତ୍ମବିଶ୍ୱାସ ସହ ପ୍ରତ୍ୟେକ କାମ କରି ସଫଳତା ହାସଲ କରିପାରିବେ। ଗୃହସ୍ଥ ଜୀବନରେ ସୁଖଶାନ୍ତି ରହିବ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ସ୍ୱଭାବରେ ଉଗ୍ରତା ଆସିପାରେ, ତେଣୁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁ ଓ ସ୍ନେହୀଜନଙ୍କ ସହ ଯାତ୍ରାର ଯୋଗ ରହିଛି।
ଧନୁ
ଆଜି ଆପଣଙ୍କ ମନ ଅଧିକ ଭାବୁକ ରହିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ା ଓ କ୍ୟାରିୟର ସମ୍ବନ୍ଧୀୟ କ୍ଷେତ୍ରରେ ସଫଳତା ପାଇପାରନ୍ତି। ପରିବାରରେ ସୁଖଶାନ୍ତି ରହିବ। ବ୍ୟବସାୟରେ ମଧ୍ୟ ସଫଳତା ମିଳିବ।
ମକର
ପାରିବାରିକ ଶାନ୍ତି ବଜାୟ ରଖିବାକୁ ଅନାବଶ୍ୟକ ବାଦବିବାଦରୁ ଦୂରେ ରୁହନ୍ତୁ। ଧନ ଓ ପ୍ରତିଷ୍ଠାରେ କ୍ଷତି ନହେବା ପାଇଁ ସତର୍କ ରହନ୍ତୁ। ମଧ୍ୟାହ୍ନ ପରେ ଭାବୁକତା ବଢ଼ିପାରେ। ଆପଣଙ୍କ ସୃଜନଶୀଳ କ୍ଷମତାରେ ବୃଦ୍ଧି ଘଟିବ।
କୁମ୍ଭ
ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ବିଚାରଶକ୍ତି ଓ ଦୃଢ଼ତାକୁ ପ୍ରାଥମିକତା ଦିଅନ୍ତୁ। ବନ୍ଧୁମାନଙ୍କ ସହ ସାକ୍ଷାତ ଆନନ୍ଦଦାୟୀ ହେବ। ଛୋଟ ଯାତ୍ରାର ଯୋଜନା ହୋଇପାରେ। ଭାଇମାନଙ୍କ ସହ ସମ୍ପର୍କ ଆହୁରି ନିକଟତର ହେବ।
ମୀନ
ଆଜି କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାକୁ ମନରେ ସ୍ଥାନ ଦିଅନ୍ତୁ ନାହିଁ। ଖାଦ୍ୟପାନୀୟରେ ମଧ୍ୟ ସଂଯମ ରଖନ୍ତୁ। ମଧ୍ୟାହ୍ନ ପରେ ମାନସିକ ସ୍ଥିରତା ସହ ହାତକୁ ଆସିଥିବା କାମଗୁଡ଼ିକ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।