ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅଡିଟ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୩/୧୦: ପାଟଣା ବ୍ଲକ ସଭାଗୃହରେ ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଓ ଏଡିଇଓମାନଙ୍କୁ ଅନଲାଇନ୍ ଅଡିଟ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଛି। ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।
ପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଡିଟ୍ ସମୟରେ କେଉଁ କେଉଁ ବିଷୟକୁ ଗୁରୁତ୍ୱ ଦିଆଯିବ, ସେ ସମ୍ପର୍କରେ ପିଇଓ ଓ ଏଡିଇଓମାନଙ୍କୁ ସବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା।
ପ୍ରଶିକ୍ଷଣରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଡିଟ୍ ପ୍ରକ୍ରିୟା, ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ଯାଞ୍ଚ ସହ ଅଡିଟ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।ତାଲିମଦାତା ଭାବେ ବ୍ଲକ ବିତ୍ତ ଅଧିକାରିଣୀ ପାର୍ବତୀ ସର୍ଦ୍ଦାର, ବିଏସ୍ଏସ୍ଓ ଅଭୟ ଚରଣ ଦେହୁରୀ ଓ ସିପି ବେଦବ୍ୟାସ ମହାନ୍ତ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।