ଘାଟବାଲିଯୋଡ଼ିରେ ବନ ସୁରକ୍ଷା ସମିତି ବୈଠକ, ଜଙ୍ଗଲ ସଂରକ୍ଷଣ ଓ ଜୀବିକା ଉନ୍ନତି ଉପରେ ଗୁରୁତ୍ୱ
News Summary
କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ଘାଟବାଲିଯୋଡ଼ିରେ ବନ ସୁରକ୍ଷା ସମିତି ବୈଠକ। ଜଙ୍ଗଲ ସଂରକ୍ଷଣ, ବନ୍ୟପ୍ରାଣୀ ସୁରକ୍ଷା ଓ ଜୀବିକା ଉନ୍ନତି ଉପରେ ଆଲୋଚନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୫/୧୦: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଘାଟବାଲିଯୋଡ଼ି ବନ ସୁରକ୍ଷା ସମିତିଠାରେ ଗୁରୁବାର ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ବନ ସୁରକ୍ଷା ସମିତିର ପରିଚାଳନା, ଜୀବିକାର ଉନ୍ନତି, ଆବର୍ତ୍ତନ ପାଣ୍ଠିର ସୁପରିଚାଳନା, ଅନୁକମ୍ପା ସହାୟତା ଏବଂ ବିଭିନ୍ନ ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମ ରୂପାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା, ପାଟଣା ବନପାଳ ନିରଞ୍ଜନ ସେଠୀ, ତଣ୍ଡୋ ବନରକ୍ଷୀ ରଞ୍ଜିତା ମହାନ୍ତ ଏବଂ ପ୍ରଦାନ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।ବନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ସହ ବନ ସୁରକ୍ଷା ସମିତିର କାର୍ଯ୍ୟକାରିତାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସ୍ଥାନୀୟ ଲୋକଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ କାର୍ଯ୍ୟରେ ଜନସାଧାରଣଙ୍କ ଅଧିକ ସହଭାଗିତା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।