ମହାଷ୍ଟମୀ ବ୍ରତ ପାଇଁ ଢେଙ୍କିକୋଟ ଦୁର୍ଗା ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ଼
News Summary
କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଟିକିରାରେ ମହାଷ୍ଟମୀ ବ୍ରତ ପାଇଁ ଶ୍ରୀ ଦୁର୍ଗାପୂଜା କମିଟି ଓ ଦେବୀ ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ଼।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୮/୧୦: ପବିତ୍ର ମହାଷ୍ଟମୀ ଅବସରରେ ମା’ ଦୁର୍ଗାଙ୍କ ଆଶୀର୍ବାଦ ଲାଭ ପାଇଁ ଢେଙ୍କିକୋଟ ଟିକିରାସ୍ଥିତ ଶ୍ରୀ ଦୁର୍ଗାପୂଜା କମିଟି ଓ ଦେବୀ ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶତାଧିକ ମହିଳାଙ୍କ ଉପସ୍ଥିତିରେ ଉଭୟ ପୂଜା ମଣ୍ଡପ ଉତ୍ସବମୁଖର ହୋଇଉଠିଥିଲା।ଏହି ଅବସରରେ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ଲାଲ ବ୍ରତ, ନଡ଼ିଆ, କଦଳୀ ସମେତ ବିଭିନ୍ନ ଫଳମୂଳ, ଧୂପ, ଦୀପ ଓ ଶଙ୍ଖା ଆଦି ପୂଜା ସାମଗ୍ରୀ ଧରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ମାନସିକ ପୂରଣ ହୋଇଥିବାରୁ କିଛି ମହିଳା ମା’ ଦୁର୍ଗାଙ୍କୁ ନୂତନ ଶାଢ଼ୀ ସମର୍ପଣ କରିଥିବା ବେଳେ ଅନ୍ୟ କିଛି ମହିଳା ନୂତନ ଶାଢ଼ୀ ପୂଜା କରିଥିଲେ।
ଶ୍ରୀ ଦୁର୍ଗାପୂଜା କମିଟି ମଣ୍ଡପରେ ମୁଖ୍ୟ ପୂଜକ ରବୀନ୍ଦ୍ର ପାଢ଼ୀ ଓ ତାଙ୍କ ସହଯୋଗୀମାନେ ପୂଜାର୍ଚ୍ଚନା କରିଥିବା ବେଳେ ଦେବୀ ମଣ୍ଡପରେ ମୁଖ୍ୟ ପୂଜକ ପ୍ରଦୀପ ପଣ୍ଡା ଓ ତାଙ୍କ ସହଯୋଗୀମାନେ ବ୍ରତ ପୂଜା କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିଥିଲେ।ସୂଚନା ଅନୁଯାୟୀ, ଆଗ୍ରହୀ ମହିଳାମାନେ ସୋମବାର ପୂର୍ବାହ୍ନ ୯ଟା ପୂର୍ବରୁ ମଧ୍ୟ ମଣ୍ଡପରେ ପହଞ୍ଚି ମହାଷ୍ଟମୀ ବ୍ରତ ପୂଜା କରିପାରିବେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।