ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପାଟଣା ମୁଖ୍ୟାଳୟରେ ଧୁମ୍‌ଧାମରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା

News Summary

କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଧୁମ୍‌ଧାମରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା। ଆକର୍ଷଣୀୟ ମେଢ଼ ଓ ଆଲୋକସଜ୍ଜା ସହ ପ୍ଲାଷ୍ଟିକ ମୁକ୍ତ ପୂଜା ମଣ୍ଡପ ଉପରେ ଗୁରୁତ୍ୱ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୮/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ବଜାରରେ ଦୁର୍ଗାପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଧୁମ୍‌ଧାମରେ ଆରମ୍ଭ ହୋଇଛି। ମା’ ଦୁର୍ଗାଙ୍କ ସୁନ୍ଦର ମୃଣ୍ମୟୀ ପ୍ରତିମା, ଆକର୍ଷଣୀୟ ମେଢ଼, ସୁସଜ୍ଜିତ ତୋରଣ ଓ ଆଲୋକମାଳାରେ ପୂଜା ମଣ୍ଡପ ଝଲସି ଉଠୁଛି। ଶନିବାର ମହାସପ୍ତମୀ ପୂଜା ଅବସରରେ ମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ପୂଜାରେ କର୍ତ୍ତା ଭାବେ ପ୍ରଦୀପ କୁମାର ଦାଶ ଦାୟିତ୍ୱ ତୁଲାଇଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ପଞ୍ଚାନନ ପଣ୍ଡାଙ୍କ ସହ ପଣ୍ଡିତ ବୃନ୍ଦାବନ ଷଡ଼ଙ୍ଗୀ, ପଣ୍ଡିତ ଶୁକଦେବ ମିଶ୍ର, ପଣ୍ଡିତ ନନ୍ଦକିଶୋର ଦାଶ ଓ ରବିନାରାୟଣ ଦାଶ ପୂଜାର୍ଚ୍ଚନା ଏବଂ ଚଣ୍ଡୀପାଠ ପରିଚାଳନା କରିଥିଲେ।
ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ
ଚଳିତ ବର୍ଷ ପାଟଣା ଦୁର୍ଗାପୂଜାର ଏକ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ପୂଜା ମଣ୍ଡପକୁ ପ୍ଲାଷ୍ଟିକ ଓ ପଲିଥିନ୍‌ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବା। ଦୁର୍ଗାପୂଜା କମିଟି ଓ ବଡ଼ପାଟଣା ପଞ୍ଚାୟତ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପ୍ଲାଷ୍ଟିକରେ ପୂଜା ସାମଗ୍ରୀ ନ ଆଣିବାକୁ ନିବେଦନ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ପରିବେଶ ସୁରକ୍ଷା ସହିତ ସ୍ୱଚ୍ଛତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି।ପୂଜା ମଣ୍ଡପରେ ବଡ଼ପାଟଣା ସରପଞ୍ଚ ବିନତି ବାନରା ଉପସ୍ଥିତ ରହି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଦୁର୍ଗାପୂଜା କମିଟିର ସଭାପତି ମାଧବାନନ୍ଦ ପୃଷ୍ଟି ଓ ସମ୍ପାଦକ ଯୁଗଳ କିଶୋର ଦାଶଙ୍କ ସମେତ କମଳାକାନ୍ତ ପତି, ରଣଜିତ ଚକ୍ର, ସହଦେବ ବେହେରା, ଶିବନାରାୟଣ ମିଶ୍ର, ବିବେକାନନ୍ଦ ଦାଶ, ନୁନ୍ଦୁ ଭଞ୍ଜ, ରମାକାନ୍ତ ଶତପଥୀ, ପ୍ରଦୀପ ମିଶ୍ର, ସନ୍ତୋଷ କର, ସୁଦାମ ଦାଶ, ବିଭୁପ୍ରସାଦ ବେହେରା, ଅଜୟ ବେହେରା, ସୁବୁଦ୍ଧି ବାରିକ ଓ ଭକ୍ତବନ୍ଧୁ ନାଏକ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।ସୋମବାର ମହାଷ୍ଟମୀ ପୂଜା ଅବସରରେ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।