ଭିବିଜି ରାମଜୀ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ ପାଟଣା ବିଡିଓ
News Summary
ପାଟଣା ବ୍ଲକରେ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ବିଡିଓ ମାନସ ଦଣ୍ଡପାଟ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୩/୧୦: ମନରେଗାର ପରିବର୍ତ୍ତେ ନୂତନ ଭାବେ ପ୍ରଚଳିତ ଭିବିଜି ରାମଜୀ ଯୋଜନା ଅଧୀନରେ ପାଟଣା ବ୍ଲକର ଚେମେଣା ପଞ୍ଚାୟତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ।ଚେମେଣା ପଞ୍ଚାୟତ ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ନେଇ ବିଡିଓ ଶ୍ରୀ ଦଣ୍ଡପାଟ ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ରେଙ୍ଗାଳବେଡ଼ା ଉଚ୍ଚ ବିଦ୍ୟାଳୟ ନିକଟରେ ଜିଲ୍ଲା ଖଣିଜ ପାଣ୍ଠି (DMF) ଅନୁଦାନରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଶୌଚାଳୟ ପ୍ରକଳ୍ପକୁ ମଧ୍ୟ ସେ ପରିଦର୍ଶନ କରିଥିଲେ।ପ୍ରକଳ୍ପ ପରିଦର୍ଶନ ସମୟରେ ବିଡିଓଙ୍କ ସହ ଏପିଓ ମଧୁସୂଦନ ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ବିଡିଓ ଶ୍ରୀ ଦଣ୍ଡପାଟ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମଜୀବୀମାନଙ୍କ ସହ ଆଲୋଚନା କରିଥିଲେ।ଏଥିସହ ଆଗ୍ରହୀ ଶ୍ରମିକମାନଙ୍କୁ ଯୋଜନା ଅଧୀନରେ ଆବଶ୍ୟକତା ଅନୁଯାୟୀ କାମ ଯୋଗାଇ ଦିଆଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଗୁଣବତ୍ତା ଓ ଅଗ୍ରଗତି ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।