ବସ୍ରୁ ଛାତ୍ରୀଙ୍କୁ ଓହ୍ଲାଇ ହୋଟେଲକୁ ନେଇ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ
News Summary
କେନ୍ଦୁଝର ସୋସୋ ଥାନା ଅଞ୍ଚଳରେ ଯୁକ୍ତ ୩ ଛାତ୍ରୀଙ୍କୁ ବସ୍ରୁ ଓହ୍ଲାଇ ହୋଟେଲକୁ ନେଇ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ଆଧାରରେ ରଶ୍ମି ରଞ୍ଜନ ସେଠୀ ଗିରଫ, ପୋଲିସର ତଦନ୍ତ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଆନନ୍ଦପୁର/କେନ୍ଦୁଝର, ୩/୧୦: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଯୁକ୍ତ ୩ ଛାତ୍ରୀଙ୍କୁ ବସ୍ରୁ ଓହ୍ଲାଇ ଏକ ହୋଟେଲକୁ ନେଇ ଦୁଷ୍କର୍ମ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ମୁଣ୍ଡୁକାଟ ଗାଁର ରଶ୍ମି ରଞ୍ଜନ ସେଠୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁସାରେ, ଯୁକ୍ତ ୩ରେ ପଢ଼ୁଥିବା ଛାତ୍ରୀଙ୍କୁ ତାଙ୍କ ବାପା କଲେଜ ଯିବା ପାଇଁ ଏକ ଘରୋଇ ବସ୍ରେ ବସାଇ ଦେଇଥିଲେ। କିଛି ବାଟ ଯିବା ପରେ କଲେଜର ଜଣେ ଛାତ୍ର ରଶ୍ମି ରଞ୍ଜନ କିଛି କାମ ଥିବା କହି ତାଙ୍କୁ ବସ୍ରୁ ଓହ୍ଲାଇବାକୁ କହିଥିବା ଅଭିଯୋଗ ହୋଇଛି।ଛାତ୍ରୀ ବସ୍ରୁ ଓହ୍ଲାଇବା ପରେ ତାଙ୍କୁ ସାଳବଣୀ ଛକ ନିକଟସ୍ଥ ଏକ ହୋଟେଲକୁ ନେଇ ସେଠାରେ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ଘଟଣା ପରେ ଛାତ୍ରୀ ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ସୋସୋ ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଥିଲା।ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ଅଭିଯୋଗରେ ନାମ ଥିବା ରଶ୍ମି ରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିଛି।ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ଝିଅକୁ ନେଇ ଯାଉଥିବା ଘରୋଇ ବସ୍କୁ ରଶ୍ମି ଅଟକାଇଥିଲେ ଏବଂ ତାଙ୍କ ଝିଅକୁ ହୋଟେଲକୁ ନେଇଯାଇଥିଲେ। ପରେ ହୋଟେଲ ମ୍ୟାନେଜରଙ୍କ ଫୋନ୍ ମାଧ୍ୟମରେ ପରିବାର ଘଟଣା ସମ୍ପର୍କରେ ଜାଣି ଝିଅକୁ ଉଦ୍ଧାର କରିଥିବା ସେ କହିଛନ୍ତି।ଏହି ଘଟଣାକୁ ନେଇ ସୋସୋ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାର ସମସ୍ତ ଦିଗ ନେଇ ପୋଲିସର ତଦନ୍ତ ଜାରି ରହିଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।