ତୁରୁମୁଙ୍ଗାରେ ବିଜେପି କାର୍ଯ୍ୟକାରିଣୀ ବୈଠକ, ସାଂଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ
News Summary
ତୁରୁମୁଙ୍ଗାରେ ବିଜେପି କାର୍ଯ୍ୟକାରିଣୀ ବୈଠକ, ସାଂଗଠନିକ ସୁଦୃଢ଼ୀକରଣ ଓ ସରକାରୀ ଯୋଜନା ପ୍ରଚାର ଉପରେ ଗୁରୁତ୍ୱ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ତୁରୁମୁଙ୍ଗା, ୮/୧୦: ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଜେପି କଲ୍ୟାଣୀ ମଣ୍ଡପରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।ଗୁରୁବାର ସକାଳ ୧୧ଟାରେ ଆରମ୍ଭ ହୋଇଥିବା ଏହି ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକଳାପ, କର୍ମୀଙ୍କ ଭୂମିକା ଏବଂ ସେବା ସଂକଳ୍ପ ଅଭିଯାନର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ଉପସଭାପତି ତଥା ବିଧାନସଭା ସଂଯୋଜକ ସୁଦର୍ଶନ ମହାନ୍ତ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ପ୍ରଭାରୀ ଲକ୍ଷ୍ମଣ ରାଉତ ଓ ମଣ୍ଡଳ ସଭାପତି ଜୁଲିୟସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ମଣ୍ଡଳ ସଭାପତି ତଥା କୃଷକ ମୋର୍ଚ୍ଚା ଉପସଭାପତି ବିପିନ ବିହାରୀ ମହାନ୍ତ ବୈଠକ ପରିଚାଳନା କରିଥିଲେ।ଏହି ଅବସରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର ସୁଫଳ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ଦଳୀୟ ନେତୃବୃନ୍ଦ ଦଳର ସାଂଗଠନିକ ସ୍ଥିତି, କର୍ମୀଙ୍କ ସକ୍ରିୟ ଭୂମିକା ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମତବିନିମୟ କରିଥିଲେ। ଏଥିସହ ସେବା ସଂକଳ୍ପ ଅଭିଯାନର କାର୍ଯ୍ୟକ୍ରମ ସମୀକ୍ଷା କରାଯାଇଥିଲା।ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖିବା, ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ଯୋଗାଇଦେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ଆହୁରି ସକ୍ରିୟ ଓ ସୁଦୃଢ଼ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା।
Tags:କେନ୍ଦୁଝରତୁରୁମୁଙ୍ଗା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।