ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପାଟଣାରେ ପିକକ୍ ପକ୍ଷରୁ ପାରମ୍ପରିକ ଖାଦ୍ୟମେଳା: ପ୍ରଦର୍ଶିତ ହେଲା ୬୦ ପ୍ରକାର ପୌଷ୍ଟିକ ସ୍ଥାନୀୟ ଖାଦ୍ୟ

News Summary

କେନ୍ଦୁଝର ପାଟଣାରେ ପିକକ୍ ପକ୍ଷରୁ ପାରମ୍ପରିକ ଖାଦ୍ୟମେଳା ଆୟୋଜିତ। ୫୦ରୁ ଅଧିକ ମହିଳା ୬୦ ପ୍ରକାରର ସ୍ଥାନୀୟ, ପୌଷ୍ଟିକ ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରିଥିଲେ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୫/୧୦: ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ପାରମ୍ପରିକ ଓ ସ୍ଥାନୀୟ ପୌଷ୍ଟିକ ଖାଦ୍ୟକୁ ନେଇ ଏକ ଖାଦ୍ୟମେଳା ଆୟୋଜିତ ହୋଇଯାଇଛି। ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ ପାଟଣା ବ୍ଲକ ଆଇସିଡିଏସ୍ ହତା ପରିସରରେ ଏହି ପାରମ୍ପରିକ ଖାଦ୍ୟମେଳା ଆୟୋଜନ କରାଯାଇଥିଲା।
ଏହି ଖାଦ୍ୟମେଳାରେ ୫୦ରୁ ଅଧିକ ମହିଳା ଅଂଶଗ୍ରହଣ କରି ପ୍ରାୟ ୬୦ ପ୍ରକାରର ପାରମ୍ପରିକ, ପୌଷ୍ଟିକ ଓ ସ୍ଥାନୀୟ ଖାଦ୍ୟ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଖାଦ୍ୟ ପରମ୍ପରା, ପୋଷଣ ଓ ସ୍ୱାସ୍ଥ୍ୟକର ଖାଦ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ବଡ଼ପାଟଣା ସରପଞ୍ଚ ବିନତି ବାନରା, ପାଟଣା ବ୍ଲକର ବ୍ଲକ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ସେଠୀ, ପ୍ରକାଶ କୁମାର ରାୟ ଓ ଜଗଦୀଶ ଚନ୍ଦ୍ର ନାୟକ, ସିଡିପିଓ କଳ୍ପନା ଦୋରା, ପିଇଓ ଅଶୋକ କୁମାର ମହାନ୍ତ, ସାମ୍ବାଦିକ ନୃସିଂହ ନାଥ ସିଂହଙ୍କ ସମେତ ଆଇସିଡିଏସ୍ ପରିଦର୍ଶିକାମାନେ ଯୋଗଦେଇଥିଲେ।ଏହି ଅବସରରେ ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଯୋଗଦେଇ ପାରମ୍ପରିକ ଖାଦ୍ୟର ଗୁରୁତ୍ୱ ଓ ଖାଦ୍ୟମେଳା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, ପାରମ୍ପରିକ ଖାଦ୍ୟମେଳା ମାଧ୍ୟମରେ ଆମର ସମୃଦ୍ଧ ଖାଦ୍ୟ ପରମ୍ପରା ଓ ସ୍ଥାନୀୟ ଖାଦ୍ୟ ସଂସ୍କୃତିର ସୁରକ୍ଷା ସହ ପୌଷ୍ଟିକ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଲୋକଙ୍କ ସଚେତନତା ବୃଦ୍ଧି କରାଯାଇପାରିବ।ବିଶେଷକରି ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଖାଦ୍ୟର ସୁରକ୍ଷିତ ବ୍ୟବହାର ଦ୍ୱାରା ସ୍ଥାନୀୟ ଖାଦ୍ୟର ବିବିଧତା ବଢ଼ିବା ସହ ପୋଷଣ ସୁରକ୍ଷା ମଧ୍ୟ ସୁଦୃଢ଼ ହୋଇପାରିବ। ପାରମ୍ପରିକ ଖାଦ୍ୟର ନିୟମିତ ବ୍ୟବହାର ମହିଳା ଓ ଶିଶୁମାନଙ୍କୁ ଆବଶ୍ୟକ ପୋଷକତତ୍ତ୍ୱ ଯୋଗାଇବା ସହ ଅପପୁଷ୍ଟି ହ୍ରାସରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ମେଳା ପରିଦର୍ଶନ କରି ଅତିଥିମାନେ ବିଭିନ୍ନ ପାରମ୍ପରିକ ଓ ସ୍ଥାନୀୟ ଖାଦ୍ୟର ଗୁଣବତ୍ତା, ପୌଷ୍ଟିକ ମୂଲ୍ୟ ଓ ମାନବ ସ୍ୱାସ୍ଥ୍ୟ ଉପରେ ଏହାର ସକାରାତ୍ମକ ପ୍ରଭାବ ସମ୍ପର୍କରେ ମତ ରଖିବା ସହ ପିକକ୍‌ର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।
ଏହି ଖାଦ୍ୟମେଳାରେ ୧୦୦ରୁ ଅଧିକ ଲୋକ ଯୋଗଦେଇଥିଲେ। ପିକକ୍‌ର ସତ୍ୟନାରାୟଣ ମହାନ୍ତ, ପୂଜା ପଣ୍ଡା, ଦ୍ରୌପଦୀ ବେଜ, ସୁଚିତ୍ରା, ମେଘମାଳା, ଲକ୍ଷ୍ମୀକାନ୍ତ ଓ ମିଲିୟନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।