କେନ୍ଦୁଝର/ପାଟଣା, ୩୧/୧୦: ଭାଗବତ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର ସହ ଏହାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୧୭ ତାରିଖରେ ଗୋଷ୍ଠାଷ୍ଟମୀ ମହୋତ୍ସବ ଆୟୋଜନ କରାଯିବ। ଏହି ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ସାହାରପଡ଼ା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ କପୁଣ୍ଡି ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ବୈଠକରେ ସାହାରପଡ଼ା ବ୍ଲକ ସମିତି ସଭାପତି କେଦାର ଆରୁକ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା, ଉପସଭାପତି ଖଗେଶ୍ୱର ମହାନ୍ତ, ପାଟଣା-ସାହାରପଡ଼ା ବ୍ଲକ ସଂଯୋଜକ ହରେକୃଷ୍ଣ ବେଜ, ବରିଷ୍ଠ ସଦସ୍ୟ କୈଳାଶ ପରିଡ଼ା, ପ୍ରସନ୍ନ କୁମାର ଦାସ, ପ୍ରଣବଧ୍ୱଜ କବି, ଜିତେନ୍ଦ୍ର ବେହେରା, ରବୀନ୍ଦ୍ର ପୃଷ୍ଟି, ପ୍ରଦୀପ ପହି, ସତ୍ୟପ୍ରିୟ ପହି, ରମେଶ ଚନ୍ଦ୍ର ରାଜ ଓ ମୁକ୍ତିକାନ୍ତ ପରିଡ଼ାଙ୍କ ସମେତ ବହୁ ଭାଗବତପ୍ରେମୀ ଯୋଗଦେଇଥିଲେ।ଏହା ସହ ସାଂସଦ ଅନନ୍ତ ନାୟକଙ୍କ ପ୍ରତିନିଧି ପ୍ରହ୍ଲାଦ ପଲେଇ, ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ପାଟଣା ବ୍ଲକ ସଭାପତି ପାର୍ଥ ସାରଥୀ ବେଜ, ସମ୍ପାଦକ ହରେକୃଷ୍ଣ ବାରିକ, ସହଦେବ ମହାନ୍ତ, ଧନୁ ମହାନ୍ତ, ଝାଟିପଡ଼ା ଭାଗବତ ଟୁଙ୍ଗି ସଭାପତି ରଞ୍ଜନ ବାରିକ ଓ କପୁଣ୍ଡି ମା' ତାରିଣୀ ଭାଗବତ ଟୁଙ୍ଗିର ତତ୍ତ୍ୱାବଧାରକ କିଶୋର ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ଆୟୋଜନ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।କପୁଣ୍ଡି ଗ୍ରାମର ପ୍ରତ୍ୟେକ ଘରେ ଗୋମାତାଙ୍କ ସେବା କରାଯାଉଥିବାରୁ ଚଳିତ ବର୍ଷ ଏହି ଗ୍ରାମରେ ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳନ କରିବାକୁ ଆଚାର୍ଯ୍ୟ ଦାଶରଥି ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବରିଷ୍ଠ ଗ୍ରାମବାସୀ ପ୍ରହ୍ଲାଦ ରଣା ଓ କେଶବ ଚନ୍ଦ୍ର ପୃଷ୍ଟି ସ୍ୱାଗତ କରିବା ସହ ମହୋତ୍ସବର ସଫଳ ଆୟୋଜନ ପାଇଁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।ବୈଠକରେ ମହୋତ୍ସବ ପାଇଁ ଆନୁମାନିକ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲା। ଉପସ୍ଥିତ ଭାଗବତପ୍ରେମୀ ଭାଇ ଓ ଭଉଣୀମାନେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ସାମଗ୍ରୀ ଓ ଅର୍ଥରାଶି ପ୍ରଦାନ କରିବାକୁ ସମ୍ମତି ଜଣାଇଥିଲେ।ମହୋତ୍ସବର ସୁପରିଚାଳନା ପାଇଁ କେଶବ ଚନ୍ଦ୍ର ପୃଷ୍ଟିଙ୍କୁ ଆବାହକ, ପ୍ରଦୀପ କୁମାର ପହିଙ୍କୁ ସମ୍ପାଦକ ଏବଂ କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେହିପରି କିଶୋର ଚନ୍ଦ୍ର ପୃଷ୍ଟି, ରବୀନ୍ଦ୍ର ପୃଷ୍ଟି, ପ୍ରେମଲତା ବେହେରା ଓ ହେନା ମଲ୍ଲିକଙ୍କୁ ଅଞ୍ଚଳବାସୀଙ୍କଠାରୁ ଅର୍ଘ୍ୟ ସଂଗ୍ରହ ଦାୟିତ୍ୱ ଦିଆଯାଇଛି।ଅତିଥି ଅଭ୍ୟର୍ଥନା ଦାୟିତ୍ୱ ହରେକୃଷ୍ଣ ବେଜ ଓ ଶିରୀଶ ବିଶୋଇଙ୍କୁ ଦିଆଯାଇଥିବା ବେଳେ ଭାଗବତ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଦାୟିତ୍ୱ ପ୍ରହ୍ଲାଦ ରଣାଙ୍କୁ ଅର୍ପଣ କରାଯାଇଛି। ଗୋପୂଜା ଓ ଗୋସେବା ଦାୟିତ୍ୱ କେଶବ ଚନ୍ଦ୍ର ପୃଷ୍ଟିଙ୍କୁ ଏବଂ ଗୋପାଳକ ତଥା ଗ୍ରାମର ମା' ଓ ଭଉଣୀମାନଙ୍କ ସମାବେଶରେ ଗୋବନ୍ଦନା ଦାୟିତ୍ୱ କନକ ପୃଷ୍ଟି ଓ ପ୍ରେମଲତା ବେହେରାଙ୍କୁ ଦିଆଯାଇଛି।ସେହିପରି ମଣ୍ଡପରେ ଅର୍ଘ୍ୟ ସଂଗ୍ରହ ଦାୟିତ୍ୱ ହରେକୃଷ୍ଣ ବେଜଙ୍କୁ, ଭାଗବତ ସତସଙ୍ଗ ସଭା ଓ ସମ୍ବର୍ଦ୍ଧନା ପର୍ବ ଦାୟିତ୍ୱ ସଭାପତି କେଦାର ଆରୁକଙ୍କୁ ଏବଂ ଆନନ୍ଦ ବଜାର ପରିଚାଳନା ଦାୟିତ୍ୱ କେଶବ ଚନ୍ଦ୍ର ପୃଷ୍ଟି, ସୁଦର୍ଶନ ପୃଷ୍ଟି ଓ ରବୀନ୍ଦ୍ର ପୃଷ୍ଟିଙ୍କୁ ଅର୍ପଣ କରାଯାଇଛି।ଶେଷରେ ଆସନ୍ତା ନଭେମ୍ବର ୧୨ ତାରିଖରେ ପରବର୍ତ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ନେଇ ଘୋଷଣା କରାଯିବା ପରେ ସଭା ସମାପ୍ତ ହୋଇଥିଲା।
କପୁଣ୍ଡିରେ ନଭେମ୍ବର ୧୭ରେ ଗୋଷ୍ଠାଷ୍ଟମୀ ମହୋତ୍ସବ, ପ୍ରସ୍ତୁତି ବୈଠକ
News Summary
କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର କପୁଣ୍ଡି ଗ୍ରାମରେ ନଭେମ୍ବର ୧୭ରେ ଗୋଷ୍ଠାଷ୍ଟମୀ ମହୋତ୍ସବ। ପ୍ରସ୍ତୁତି ବୈଠକରେ କମିଟି ଗଠନ ଓ ଦାୟିତ୍ୱ ବଣ୍ଟନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।