ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଶିବ ତାଣ୍ଡବ ଓ କାଳୀ ତାଣ୍ଡବ ନୃତ୍ୟର ତାଳେ ତାଳେ ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ

News Summary

ପାଟଣାରେ ୫୬ତମ ମା’ ଗଜଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ ଧୁମ୍‌ଧାମରେ ପାଳିତ। ଛତିଶଗଡ଼ର ଅବତାର ଗ୍ରୁପ୍‌ର ଶିବ ତାଣ୍ଡବ, କାଳୀ ତାଣ୍ଡବ ଓ ନୃସିଂହ ନୃତ୍ୟ ଦର୍ଶକଙ୍କ ମନ ମୋହିଲା।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୩୧/୧୦: ପାଟଣା ମୁଖ୍ୟାଳୟସ୍ଥିତ କୁମାର ଉତ୍ସବ କମିଟି ପକ୍ଷରୁ ଆୟୋଜିତ ୫୬ତମ ମା’ ଗଜଲକ୍ଷ୍ମୀ ପୂଜା ଧୁମ୍‌ଧାମରେ ପାଳିତ ହେବା ପରେ ଶନିବାର ଭସାଣି ଉତ୍ସବ ଅତ୍ୟନ୍ତ ଆକର୍ଷଣୀୟ ଓ ଉତ୍ସବମୁଖର ପରିବେଶରେ ଅନୁଷ୍ଠିତ ହୋଇଥିଲା।ଛତିଶଗଡ଼ର ଅବତାର ଗ୍ରୁପ୍‌ ପକ୍ଷରୁ ପରିବେଷିତ କାଳୀ ତାଣ୍ଡବ, ଶିବ ତାଣ୍ଡବ, ଅଘୋରୀ ନୃତ୍ୟ ଓ ନୃସିଂହ ନୃତ୍ୟର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କ ମେଢ଼ ପାଟଣା ବଜାର ପରିକ୍ରମା କରିଥିଲା। ପରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ବୈତରଣୀ ନଦୀରେ ବିସର୍ଜନ କରାଯାଇଥିଲା।ପାଟଣା କୁମାର ଉତ୍ସବ କମିଟିର ସଭାପତି ବିବେକାନନ୍ଦ ଦାଶ ଓ ସମ୍ପାଦକ ଲିପକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ପ୍ରିୟବ୍ରତ ମିଶ୍ର, ଅଭିଷେକ ଦାଶ, କମଳାକାନ୍ତ ପତି, ପ୍ରୀତମ ପଣ୍ଡା, ସୁଜିତ ମିଶ୍ର ଓ ସୌମ୍ୟରଞ୍ଜନ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭସାଣି ଶୋଭାଯାତ୍ରାର ସୁପରିଚାଳନାରେ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ।ଏହି ଭସାଣି ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ନୃସିଂହ ନୃତ୍ୟ, ଶିବ ତାଣ୍ଡବ ଓ କାଳୀ ତାଣ୍ଡବ ନୃତ୍ୟ ଦର୍ଶକଙ୍କ ମନ ମୋହିଥିବା ବେଳେ ଭକ୍ତିମୟ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ ଶ୍ରଦ୍ଧାଳୁ।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।