ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବରିଷ୍ଠ କିରାଣୀ ନନ୍ଦଲାଲ ମହାନ୍ତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

News Summary

କେନ୍ଦୁଝର ଘଟଗାଁ ବ୍ଲକ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୪ ବର୍ଷର ସେବା ପରେ ବରିଷ୍ଠ କିରାଣୀ ନନ୍ଦଲାଲ ମହାନ୍ତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ଘଟଗାଁ, ୩୧/୧୦: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ କିରାଣୀ ନନ୍ଦଲାଲ ମହାନ୍ତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମହାନ୍ତ, ସଦସ୍ୟ ହୃଷିକେଶ ମହାନ୍ତ ଓ ଉଗ୍ରସେନ ନାଏକ ଉପସ୍ଥିତ ରହି ଶ୍ରୀ ମହାନ୍ତଙ୍କ କାର୍ଯ୍ୟଦକ୍ଷତା ଓ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ୱାଇଁ ତାଙ୍କର ଉତ୍ତମ କାର୍ଯ୍ୟଶୈଳୀ, ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠାର ଉଚ୍ଚ ପ୍ରଶଂସା କରିଥିଲେ।ଦୀର୍ଘ ୩୪ ବର୍ଷ ଧରି ବିଦ୍ୟାଳୟରେ କାର୍ଯ୍ୟ କରି ଶ୍ରୀ ମହାନ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ଜଣେ ପରିଚିତ ଓ ଲୋକପ୍ରିୟ କର୍ମଚାରୀ ଭାବେ ସୁନାମ ଅର୍ଜନ କରିଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପକ ସତ୍ୟାନନ୍ଦ ପଣ୍ଡା, ଘନଶ୍ୟାମ ମହାନ୍ତ, ଅଲେଖ ପ୍ରସାଦ ସାହୁ, ଯତୀନ୍ଦ୍ର ସାହୁ, ଚନ୍ଦ୍ରଶେଖର ଭୁଁୟା, ରତ୍ନାକର ମହାନ୍ତ, ହେମନ୍ତ ମିଶ୍ର, ସମୀର ସାହୁ, ତନ୍ମୟ ବଳ, ପ୍ରାଧ୍ୟାପିକା ଅନୁସ୍ମିତା ପାଣିଗ୍ରାହୀ, ରଶ୍ମୀତା ପୃଷ୍ଟି, କାଞ୍ଚନଲତା ସାହୁଙ୍କ ସମେତ ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ସଭା ଶେଷରେ ଉପସ୍ଥିତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ଶ୍ରୀ ମହାନ୍ତଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ପାଛୋଟି ନେଇ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।