ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଭୀମକୁଣ୍ଡରେ ନାକାବନ୍ଦୀ ବେଳେ ୨ ଦେଶୀ ବନ୍ଧୁକ ସହ ମାରଣାସ୍ତ୍ର ଜବତ, ୩ ଗିରଫ

News Summary

ଭୀମକୁଣ୍ଡରେ ନାକାବନ୍ଦୀ ବେଳେ ଘଟଗାଁ ପୁଲିସ ୨ଟି ଦେଶୀ ବନ୍ଧୁକ ସମେତ ଧନୁ, ତୀର ଓ ଲୁହା ରଡ୍‌ ଜବତ କରିଛି। ଘଟଣାରେ ୩ ଯୁବକ ଗିରଫ ହୋଇଛନ୍ତି।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୬/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ଭୀମକୁଣ୍ଡ ନିକଟରେ ନାକାବନ୍ଦୀ ସମୟରେ ପୁଲିସ ବିପୁଳ ମାରଣାସ୍ତ୍ର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଜବତ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ୨ଟି ଲୁହା ନଳ, ୫ଟି ମୁନିଆ ତୀର, ଗୋଟିଏ ଧନୁ ଏବଂ ଗୋଟିଏ ଲୁହା ରଡ୍‌ ରହିଛି। ଏଥିସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ହିରୋ ଏଚ୍‌ଏଫ୍‌ ଡିଲକ୍ସ ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଛି।ସୂଚନା ଅନୁଯାୟୀ, ପାଟଣା ବ୍ଲକ ତଥା ଘଟଗାଁ ଥାନା ଅଧୀନ ଡୁମୁରିଆ ପଞ୍ଚାୟତର ଘାଟବାଲିଯୋଡ଼ି ଗ୍ରାମ ଭୀମକୁଣ୍ଡ ନିକଟରେ ଘଟଗାଁ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଥିଲା। ପ୍ରାୟ ସାଢ଼େ ୮ଟା ସମୟରେ କରଞ୍ଜିଆ ଉପଖଣ୍ଡ ଅଞ୍ଚଳରୁ ଏକ ବାଇକ୍‌ରେ ୩ ଜଣ ଯୁବକ ଆସୁଥିବା ପୁଲିସ ଦେଖିଥିଲା।ଯୁବକମାନଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୁଲିସ ବାଇକ୍‌ଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବାଇକ୍‌ରେ ଥିବା ଏକ ଅଖା ବ୍ୟାଗ୍‌ରୁ ୨ଟି ଦେଶୀ ବନ୍ଧୁକ, ୨ଟି ଲୁହା ନଳ, ୫ଟି ମୁନିଆ ତୀର, ଗୋଟିଏ ଧନୁ ଓ ଗୋଟିଏ ଲୁହା ରଡ୍‌ ମିଳିଥିଲା। ପୁଲିସ ସମସ୍ତ ମାରଣାସ୍ତ୍ର ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆ ଥାନା କୋଳିପଶି ଗ୍ରାମର ଲକ୍ଷ୍ମଣ ହାସଦାଙ୍କ ପୁଅ ରାମ ହାସଦା (୨୩), ସୁନାରାମ ମାରାଣ୍ଡିଙ୍କ ପୁଅ ଭାଦା ମାରାଣ୍ଡି (୨୫) ଏବଂ ଜିତୁରାମ ହାସଦାଙ୍କ ପୁଅ ମୋହନ ହାସଦା (୨୪)।ପୁଲିସର ପଚରାଉଚରା ସତ୍ତ୍ୱେ ଅଭିଯୁକ୍ତମାନେ ଜବତ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସନ୍ତୋଷଜନକ ସୂଚନା ଦେଇପାରିନଥିବା ଜଣାପଡ଼ିଛି। ସେମାନଙ୍କ ପାଖରେ ବନ୍ଧୁକର କୌଣସି ଲାଇସେନ୍ସ ମଧ୍ୟ ନଥିବା ପୁଲିସ କହିଛି। ସେମାନେ କେବଳ ଘଟଗାଁ ଯାଉଥିବା ପୁଲିସକୁ କହିଥିବା ସୂଚନା ମିଳିଛି।ଏନେଇ ଘଟଗାଁ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ଆର୍ମସ୍‌ ଆକ୍ଟର ଧାରା ୨୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଘଟଗାଁ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା ସୂଚନା ଦେଇଛନ୍ତି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।