ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପାଟଣାରେ ଆରମ୍ଭ ହେଲା ୫୬ତମ କୁମାରୋତ୍ସବ, ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ ଉତ୍ସବମୁଖର ପରିବେଶ

News Summary

: କେନ୍ଦୁଝର ଜିଲ୍ଲା ପାଟଣାରେ ୫୬ତମ କୁମାରୋତ୍ସବ ଆରମ୍ଭ। ଆନନ୍ଦେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମା’ ଲକ୍ଷ୍ମୀଙ୍କ ପୂଜା ସହ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୫/୧୦: କେନ୍ଦୁଝର ଜିଲ୍ଲା ପାଟଣାରେ ପାଟଣା କୁମାରୋତ୍ସବ କମିଟି ପକ୍ଷରୁ ୫୬ତମ କୁମାରୋତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଆନନ୍ଦେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣସ୍ଥିତ ପଡ଼ିଆରେ ମା’ ଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ସ୍ଥାପନ କରାଯାଇଛି। ରବିବାର ସନ୍ଧ୍ୟାରେ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବା ସହ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।କୁମାରୋତ୍ସବ କମିଟିର ସଭାପତି ବିବେକାନନ୍ଦ ଦାଶ ଓ ସମ୍ପାଦକ ଲିପକ କୁମାର ସାହୁଙ୍କ ଉପସ୍ଥିତିରେ କର୍ତ୍ତା ଭାବେ ତାପସ କୁମାର ମିଶ୍ର ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି। ପୂଜକ ରାମଚନ୍ଦ୍ର ଦାଶ, ଜ୍ଞାନେନ୍ଦ୍ର ପଣ୍ଡା ଓ ନବକିଶୋର ଦାଶ ପୂଜାବିଧି ସମ୍ପନ୍ନ କରୁଛନ୍ତି।କମିଟି ପକ୍ଷରୁ ପ୍ରିୟବ୍ରତ ମିଶ୍ର, ଅଭିଷେକ ଦାଶ, କମଳାକାନ୍ତ ପତି, ପ୍ରୀତମ ପଣ୍ଡା, ସୁଜିତ ମିଶ୍ର ଓ ସୌମ୍ୟରଞ୍ଜନ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।ଚଳିତ ବର୍ଷ କୁମାରୋତ୍ସବ ଅବସରରେ ଉଭୟ ବାଳକ ଓ ବାଳିକା ବର୍ଗର କନିଷ୍ଠ ଓ ବରିଷ୍ଠ ପ୍ରତିଯୋଗୀଙ୍କୁ ନେଇ ବିଭିନ୍ନ ଖେଳକୁଦ ଓ କୌତୁକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ। ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।ଅନ୍ୟପକ୍ଷରେ ପାଟଣା ଅଞ୍ଚଳ ସମେତ ତୁରୁମୁଙ୍ଗା, ଖିରେଇଟାଙ୍ଗିରି, କେନ୍ଦେଇପଶି, ସାଧୁପଡ଼ା, ସଅଁରାପଶି, ପୁଟୁଳିଆ, କୁଆପଶି, କୁଣ୍ଡୁଳା, ମୁରୁସୁଆଁ ଓ ଡେଣୁଆ ଆଦି ବିଭିନ୍ନ ଗ୍ରାମରେ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ଆରମ୍ଭ ହୋଇଛି। ପୂଜା ଓ ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳୁଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।