ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଚୋରି ଓ ଡକାୟତି ରୋକିବାକୁ ତୁରୁମୁଙ୍ଗା ପୁଲିସର ଯାନବାହନ ଯାଞ୍ଚ କଡ଼ାକଡ଼ି

News Summary

କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ପକ୍ଷରୁ ଚୋରି, ଡକାୟତି ଓ ଅପରାଧ ନିୟନ୍ତ୍ରଣ ପାଇଁ ଖୁଣ୍ଟାପଡ଼ା ହନୁମାନ ଛକରେ ଯାନବାହନ ଯାଞ୍ଚ ଓ ପେଟ୍ରୋଲିଂ କଡ଼ାକଡ଼ି।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୨୫/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚୋରି, ଡକାୟତି ଓ ଅନ୍ୟାନ୍ୟ ଅପରାଧ ରୋକିବା ପାଇଁ ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ ଓ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି। କେନ୍ଦେଇପଶି ପଞ୍ଚାୟତର ଖୁଣ୍ଟାପଡ଼ା ହନୁମାନ ଛକଠାରେ ତୁରୁମୁଙ୍ଗା ପୁଲିସ ପକ୍ଷରୁ ଏହି ଯାଞ୍ଚ ଅଭିଯାନ ଚାଲିଛି।ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ଯାଞ୍ଚ ସମୟରେ ଦୁଇଚକିଆ ଓ ଚାରିଚକିଆ ଯାନର କାଗଜପତ୍ର, ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଡିକି ଓ ହେଲମେଟ ଯାଞ୍ଚ କରାଯାଉଛି। ଏଥିସହ ବାହାର ରାଜ୍ୟରୁ ଆସୁଥିବା ଚାଳକଙ୍କ ପରିଚୟପତ୍ର ଯାଞ୍ଚ କରାଯାଉଥିବା ବେଳେ ଆବଶ୍ୟକସ୍ଥଳେ ସେମାନଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି।ରବିବାର ହନୁମାନ ଛକଠାରେ ତୁରୁମୁଙ୍ଗା ଥାନାର ଏସ୍‌ଆଇ ସୁଜାତା ମହାନ୍ତ ଏବଂ ଅପରାହ୍ନରେ ଏସ୍‌ଆଇ ଅନନ୍ତ ନାରାୟଣ ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଯାନବାହନ ଯାଞ୍ଚ କରିଥିଲେ।ବିଶେଷକରି ହନୁମାନ ଛକରୁ ଉଦୟପୁର ରାସ୍ତା, କେନ୍ଦେଇପଶିରୁ ପାଟଣା ରାସ୍ତା ଏବଂ ମୁରୁସୁଆଁରୁ କେନ୍ଦେଇପଶି ରାସ୍ତାରେ ଥିବା ଜଙ୍ଗଲ ଓ ନିଛାଟିଆ ଅଞ୍ଚଳ ଉପରେ ପୁଲିସ ନଜର ରଖିଛି। ଏହି ରାସ୍ତାଗୁଡ଼ିକରେ ପୂର୍ବରୁ ଚୋରି, ଡକାୟତି, ହତ୍ୟା ଓ ସଡ଼କ ଦୁର୍ଘଟଣା ଭଳି ଘଟଣା ଘଟିଥିବାରୁ ସମ୍ଭାବ୍ୟ ଅପରାଧକୁ ରୋକିବା ଏବଂ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବାକୁ ନିୟମିତ ଯାଞ୍ଚ ଓ ପେଟ୍ରୋଲିଂ କରାଯାଉଛି।ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଏହି ସୂଚନା ଦେଇଛନ୍ତି। ପୁଲିସର ଏଭଳି ଯାଞ୍ଚ ଅଭିଯାନ ଦ୍ୱାରା ଅପରାଧ ନିୟନ୍ତ୍ରଣ ହେବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ସୁରକ୍ଷା ଭାବନା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।