କେନ୍ଦୁଝର/ପାଟଣା, ୨୪/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପୁଟୁଳିଆସ୍ଥିତ ଅଗ୍ନିଶମ କେନ୍ଦ୍ରରେ ଜରାଜୀର୍ଣ୍ଣ ଗାଡ଼ି ଭରସାରେ ଚାଲିଛି ଜରୁରୀକାଳୀନ ସେବା। କେନ୍ଦ୍ରରେ ଥିବା ଏକମାତ୍ର ୪୦୭ ଅଗ୍ନିଶମ ଗାଡ଼ିଟି ଦୀର୍ଘଦିନ ଧରି ମରାମତି ଅଭାବରୁ ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।ପାଟଣା ଅଞ୍ଚଳରେ ଅଗ୍ନିକାଣ୍ଡ, ବନ୍ୟା, ବାତ୍ୟା କିମ୍ବା ସଡ଼କ ଦୁର୍ଘଟଣା ଭଳି ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବାହିନୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏକମାତ୍ର ପୁରୁଣା ଗାଡ଼ି ଉପରେ ନିର୍ଭର କରି ସେବା ଯୋଗାଇବାକୁ ପଡ଼ୁଥିବାରୁ ଜରୁରୀକାଳୀନ ସେବାର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ଏହି ଗାଡ଼ିରେ ଦୁର୍ଘଟଣାଗ୍ରସ୍ତ ଆହତ ଓ ବିପଦରେ ଥିବା ଲୋକଙ୍କୁ ମଧ୍ୟ ଡାକ୍ତରଖାନାକୁ ନିଆଯାଉଛି।ଏପରି ଗୁରୁତ୍ୱପୂର୍ଣ୍ଣ ସେବାରେ ନିୟୋଜିତ ଗାଡ଼ିର ଅବସ୍ଥା ଦୟନୀୟ ଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ହୋଇନଥିବା ଅଞ୍ଚଳବାସୀଙ୍କ ଅସନ୍ତୋଷର କାରଣ ପାଲଟିଛି। ଏନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।ତେଣୁ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ପାଟଣା ଅଗ୍ନିଶମ କେନ୍ଦ୍ରକୁ ଆଧୁନିକ ସୁବିଧାସମ୍ପନ୍ନ ନୂତନ ଅଗ୍ନିଶମ ଗାଡ଼ି ଯୋଗାଇଦେବା ସହ ପୁରୁଣା ଗାଡ଼ିର ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
ପାଟଣା ଅଗ୍ନିଶମ ସେବାର ଦୁରବସ୍ଥା: ଭଙ୍ଗା-ଦଦରା ଗାଡ଼ି ଭରସାରେ ଜରୁରୀକାଳୀନ ସେବା
News Summary
କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ କେନ୍ଦ୍ରରେ ପୁରୁଣା ୪୦୭ ଗାଡ଼ିକୁ ନେଇ ଚିନ୍ତା। ନୂତନ ଅଗ୍ନିଶମ ଗାଡ଼ି ଯୋଗାଣ ପାଇଁ ଦାବି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।