ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଭୋଳବେଡ଼ା ହାଟରେ ସ୍ୱଚ୍ଛତା ଅଭିଯାନ ଓ ପୋଷଣ ସଚେତନତା, ଯୋଗଦେଲେ ସରପଞ୍ଚ ଓ ହାଟ କମିଟି ସଦସ୍ୟ

News Summary

ଭୋଳବେଡ଼ା ସାପ୍ତାହିକ ହାଟରେ ଭାରତ ସଂଗଠନର ସେହାଟ୍ ପ୍ରକଳ୍ପ ପକ୍ଷରୁ ସ୍ୱଚ୍ଛତା ଅଭିଯାନ, ଖାଦ୍ୟ ସୁରକ୍ଷା ଓ ପୋଷଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୨୪/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଭୋଳବେଡ଼ା ସାପ୍ତାହିକ ହାଟରେ ସ୍ୱଚ୍ଛତା ଅଭିଯାନ ଓ ପୋଷଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇସ୍ଥିତ ଭାରତ ସଂଗଠନର ସେହାଟ୍ ପ୍ରକଳ୍ପ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଟ ପରିସର ସଫେଇ ସହିତ ସ୍ୱଚ୍ଛତା, ଖାଦ୍ୟ ସୁରକ୍ଷା ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା।ପ୍ରକଳ୍ପ ସଂଯୋଜକ ଶିବନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଭାରତ ସଂଗଠନର କର୍ମୀମାନେ ଏହି ଅଭିଯାନ ପରିଚାଳନା କରିଥିଲେ। ହାଟ ପରିସରରେ ଅଳିଆ ଆବର୍ଜନା ନ ପକାଇବା, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍‌ର ବ୍ୟବହାର ହ୍ରାସ କରିବା ଏବଂ ଖାଦ୍ୟ ସାମଗ୍ରୀକୁ ପରିଷ୍କାର ଓ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହିତ ଉନ୍ନତ ପୋଷଣ ପାଇଁ ଭାରତୀୟ ଖାଦ୍ୟ ପ୍ରଣାଳୀ ସମ୍ପର୍କିତ ଗବେଷଣାଭିତ୍ତିକ ପ୍ରକଳ୍ପ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଅଧ୍ୟୟନକୁ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍ ଏବଂ ସେଫିଲ୍ଡ ବିଶ୍ୱବିଦ୍ୟାଳୟ ସହାୟତା କରୁଥିବାବେଳେ ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ପୋଷଣ ସଂସ୍ଥା ପରାମର୍ଶ ଓ ତଦାରଖ କରୁଛି ବୋଲି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା।ସ୍ଥାନୀୟ ଶସ୍ୟ, ଡାଲି, ଶାଗ, ପନିପରିବା ଓ ଋତୁକାଳୀନ ଫଳମୂଳ ଭଳି ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ସହିତ ଶିଶୁ ଓ ମହିଳାଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଉପରେ ଆଲୋକପାତ କରାଯାଇଥିଲା। ସ୍ୱଚ୍ଛ ହାଟ, ସୁରକ୍ଷିତ ଖାଦ୍ୟ ଓ ସୁଷମ ପୋଷଣ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ହୋଇଥିବାରୁ ଏଥିରେ ହାଟ କମିଟି, ଦୋକାନୀ ଓ ସାଧାରଣ ଲୋକଙ୍କ ସହଯୋଗ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ଭୋଳବେଡ଼ା ସରପଞ୍ଚ ସନ୍ଧ୍ୟାରାଣୀ ନାୟକ, ହାଟ କମିଟି ସଭାପତି ଭାଗବତ ପ୍ରସାଦ ନାୟକ, ସମ୍ପାଦକ ଭାଗିରଥି ନାୟକ, ଏକଜୁଟ୍ ସଂଗଠନର ନିରାଶ ମହାନ୍ତ ଓ ବିବେକ ବେହେରାଙ୍କ ସମେତ ହାଟ କମିଟିର ସଦସ୍ୟ ଏବଂ ସିଏଲଏଫ୍ ଓ ଜିପିଏଲଏଫ୍‌ର ମହିଳା ସଦସ୍ୟାମାନେ ଯୋଗଦେଇଥିଲେ।ସମସ୍ତଙ୍କ ମିଳିତ ସହଯୋଗରେ ହାଟର ସ୍ୱଚ୍ଛତା ବଜାୟ ରଖିବା ସହ ପୋଷଣ ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବାର ବାର୍ତ୍ତା ଦିଆଯାଇଥିଲା।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।