କେନ୍ଦୁଝର/ପାଟଣା, ୧/୧୧: ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣାଠାରେ ନାରୀ ଜାଗରଣ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଦିବା ୧୦ଟାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ନାରୀର ଗରିମା, ଅଧିକାର, ଦାୟିତ୍ୱ ଓ ସାମାଜିକ ଅଭ୍ୟୁଦୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।ପ୍ରାରମ୍ଭରେ ବ୍ଲକ ସଂଯୋଜକ ଶାନ୍ତନୁ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ଶରତ କୁମାର ମିଶ୍ର ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ଯୋଗଦେଇ ନାରୀ ଜାଗରଣର ଆବଶ୍ୟକତା ଓ ନାରୀ ସଶକ୍ତୀକରଣ ସମ୍ପର୍କରେ ନିଜର ଅଭିଜ୍ଞତା ଓ ମତାମତ ରଖିଥିଲେ। ଘଷିପୁରା ବ୍ଲକର ମହିଳା ସଂଯୋଜିକା ସ୍ନେହଲତା ରାଉତ ନାରୀର ଗରିମା ଓ ଅଭ୍ୟୁଦୟ ସମ୍ପର୍କରେ ଆଲୋଚନା କରିଥିଲେ।ସେହିପରି ପାଟଣା ଶିଶୁମନ୍ଦିରର ସହ ପ୍ରାନ୍ତବାଟିକା ପ୍ରମୁଖ ଶୋଭାଶ୍ରୀ ଷଡ଼ଙ୍ଗୀ ସାମ୍ପ୍ରତିକ ପରିସ୍ଥିତିରେ ନାରୀର ଉତ୍ତରଦାୟିତ୍ୱ ଉପରେ ମତ ରଖିଥିଲେ। ଘଷିପୁରା ବ୍ଲକ ମଛ୍ଛାଳ ହାଇସ୍କୁଲର ଶିକ୍ଷକ ତଥା ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ବିଷ୍ଣୁ ନାରାୟଣ ସାମଲ ଏକବିଂଶ ଶତାବ୍ଦୀକୁ ନାରୀ ଶତାବ୍ଦୀ ଭାବେ ଅଭିହିତ କରି ନାରୀର ଭୂମିକା ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଶରତ କୁମାର ମିଶ୍ର ଗାୟତ୍ରୀ ପରିବାର ଓ ନାରୀ ଜାଗରଣର ସମ୍ପର୍କ ଉପରେ ଅଭିଭାଷଣ ରଖିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ୫ ଜଣ ବିଶିଷ୍ଟ ମହିଳାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତନୁ କୁମାର ସାହୁଙ୍କ ଶାନ୍ତିପାଠ ପରେ ସମ୍ମିଳନୀ ଉଦ୍ଯାପିତ ହୋଇଥିଲା।
ପାଟଣାରେ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ନାରୀ ଜାଗରଣ ସମ୍ମିଳନୀ, ୫ ମହିଳାଙ୍କୁ ସମ୍ମାନିତ
News Summary
କେନ୍ଦୁଝର ଜିଲ୍ଲା ପାଟଣାରେ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ନାରୀ ଜାଗରଣ ସମ୍ମିଳନୀ। ନାରୀ ସଶକ୍ତୀକରଣ ଉପରେ ଆଲୋଚନା ସହ ୫ ମହିଳା ସମ୍ମାନିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।