କେନ୍ଦୁଝର/ପାଟଣା, ୧/୧୧: ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବ୍ୟକ୍ତି ତ୍ରିଲୋଚନ ହତ୍ୟାକାଣ୍ଡ ମାମଲାରେ ଗିରଫ ହେବା ପରେ ତାଙ୍କ ପତ୍ନୀ ଓ ଶିଶୁ କନ୍ୟା ଭଡ଼ାଘର ଛାଡ଼ିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଇଁକୁଳ ପାଣ୍ଡୁଆ ଗ୍ରାମର ଦୀପକ କୁମାର ସେଠୀ (୪୭) ପାଟଣାର ସାଧୁପଡ଼ାରେ ପରିବାର ସହ ଭଡ଼ାଘରେ ରହୁଥିଲେ। ଗତ ୨୭ ତାରିଖ ସନ୍ଧ୍ୟାରେ ସେ ଚିକେନ କିଣିବା ପାଇଁ ପାଟଣା ବଜାରକୁ ଯାଇ ଆଉ ଫେରି ନଥିବା ନେଇ ତାଙ୍କ ପତ୍ନୀ ଦୀପାଞ୍ଜଳି ନାୟକ (୨୭) ପାଟଣା ଥାନାରେ ନିଖୋଜ ଅଭିଯୋଗ କରିଥିଲେ।ତେବେ ପରବର୍ତ୍ତୀ ସମୟରେ ଦୀପକ ନିଖୋଜ ନଥିବା ବରଂ ତ୍ରିଲୋଚନ ହତ୍ୟାକାଣ୍ଡ ମାମଲାରେ ତୁରୁମୁଙ୍ଗା ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ପୁଲିସର ସୂଚନା ଅନୁସାରେ, ଦୀପକ ପାଟଣା ଅଞ୍ଚଳରେ ରହି ବିଭିନ୍ନ ବ୍ୟବସାୟୀଙ୍କ ବ୍ୟବସାୟ ଓ ଆୟ ସମ୍ପର୍କିତ ତଥ୍ୟ ଡକାୟତମାନଙ୍କୁ ଯୋଗାଉଥିବା ଅଭିଯୋଗ ରହିଛି।ଏହି ଘଟଣା ପରେ ଦୀପକଙ୍କ ନିଖୋଜ ଅଭିଯୋଗକୁ ନେଇ ପାଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ, ଭଡ଼ାଘର ମାଲିକ ନଭେମ୍ବର ପହିଲାରୁ ଘର ଛାଡ଼ିବାକୁ କହିଥିବାରୁ ଦୀପାଞ୍ଜଳି ତାଙ୍କ ଶିଶୁ କନ୍ୟାକୁ ସାଙ୍ଗରେ ନେଇ ରବିବାର ଘର ଛାଡ଼ିଥିବା ସୂଚନା ମିଳିଛି।
ତ୍ରିଲୋଚନ ହତ୍ୟାକାଣ୍ଡ ମାମଲାରେ ଭଡ଼ାଟିଆ ଗିରଫ, ଭଡ଼ାଘର ଛାଡ଼ିଲେ ପତ୍ନୀ ଓ ଶିଶୁ କନ୍ୟା
News Summary
: ତ୍ରିଲୋଚନ ହତ୍ୟାକାଣ୍ଡ ମାମଲାରେ ପାଟଣାର ଭଡ଼ାଟିଆ ଦୀପକ କୁମାର ସେଠୀ ଗିରଫ। ପତ୍ନୀ ଓ ଶିଶୁ କନ୍ୟା ଭଡ଼ାଘର ଛାଡ଼ିବା ଘଟଣାକୁ ନେଇ ଚର୍ଚ୍ଚା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
Tags:ଅପରାଧ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।