ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label 🟣 SPECIAL REPORT. Show all posts
Showing posts with label 🟣 SPECIAL REPORT. Show all posts

କେନ୍ଦୁଝରରେ ଟ୍ରକ୍‌କୁ ପିଟି ଜଳିଗଲା ବାଇକ୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha


କେନ୍ଦୁଝର:୩/୯, କେନ୍ଦୁଝର ଜିଲ୍ଲାରେ ଜାତୀୟ ରାଜପଥ-୫୨୦ରେ ଘଟିଛି ଏକ ଦୁର୍ଘଟଣା। ରାସ୍ତାରେ ଅଟକି ରହିଥିବା ଏକ ହାଇୱା ଟ୍ରକ୍‌କୁ ଧକ୍କା ଦେବା ପରେ ବାଇକ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଦୁର୍ଘଟଣା ପରେ ବାଇକ୍‌ ଚାଳକ ତୁରନ୍ତ ଗାଡ଼ିଠାରୁ ଦୂରକୁ ଚାଲିଯିବାରୁ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି।ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଧୀନ ବାରବାଙ୍କା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଜଣେ ଯୁବକ ଭଦ୍ରାସାହି ପଟୁ ରୁଗୁଡ଼ି ଅଭିମୁଖେ ବାଇକ୍‌ରେ ଯାଉଥିବା ବେଳେ ରାସ୍ତାରେ ଅଟକି ରହିଥିବା ହାଇୱା ଟ୍ରକ୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି।

ଧକ୍କା ପରେ ବାଇକ୍‌ରେ ଲାଗିଲା ନିଆଁ

ହାଇୱା ଟ୍ରକ୍‌ର ପଛପଟେ ବାଇକ୍‌ଟି ଧକ୍କା ଦେବା ପରେ ହଠାତ୍‌ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ମଧ୍ୟରେ ନିଆଁ ବାଇକ୍‌ଟିକୁ ସମ୍ପୂର୍ଣ୍ଣ ଗ୍ରାସ କରିଥିଲା। ଘଟଣାସ୍ଥଳର ଭିଜୁଆଲ୍‌ରେ ବାଇକ୍‌ଟି ଜଳୁଥିବା ଦେଖିବାକୁ ମିଳିଛି।

ଅଳ୍ପକେ ବର୍ତ୍ତିଲେ ବାଇକ୍‌ ଚାଳକ

ବାଇକ୍‌ରେ ନିଆଁ ଲାଗିବା ପରେ ଚାଳକ ତୁରନ୍ତ ଗାଡ଼ିଠାରୁ ଦୂରକୁ ଚାଲିଯାଇଥିଲେ। ଫଳରେ ସେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ତାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି।ତେବେ ହାଇୱା ଟ୍ରକ୍‌ର କ୍ଷୟକ୍ଷତି ଏବଂ ବାଇକ୍‌ ଚାଳକଙ୍କ ପରିଚୟ ସମ୍ପର୍କରେ ଏଯାବତ୍‌ ବିସ୍ତୃତ ସୂଚନା ମିଳିନାହିଁ। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିଛି କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଜଙ୍ଗଲ ଭିତରୁ ଭାଲୁର ଗଳିତ ମୃତଦେହ ଉଦ୍ଧାର

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
📢 ସୂଚନା | ନଜର ଓଡ଼ିଶା   •   📰 ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️   •   🔴 ଆମର ନୂଆ ନୂଆ ଖବର ପଢ଼ିବା ପାଇଁ ଆଜିହିଁ Visit କରନ୍ତୁ 👇   •   🌐 nazarodishanews24.blogspot.com   •   📸 ଆପଣଙ୍କ ଅଞ୍ଚଳର କୌଣସି ଖବର, ଫଟୋ କିମ୍ବା ଭିଡିଓ ଥିଲେ ଆମକୁ ପଠାନ୍ତୁ।   •   📲 ଖବର ପ୍ରକାଶନ ପାଇଁ WhatsApp: 6372448483   •   🗞️ ଆପଣଙ୍କ ଖବର • ଆମର ଦାୟିତ୍ୱ   •   🔎 ନଜର ଓଡ଼ିଶା — ଓଡ଼ିଶାର ପ୍ରତି ଖବର ଉପରେ ନଜର

ପାଟଣା:୨୭।୮(ନ.ଓ) ପାଟଣା ବନାଞ୍ଚଳ ଅଧୀନ ଖିରେଇଟାଙ୍ଗିରି ସେକ୍ସନର ପଦ୍ମପୁର ଗ୍ରାମ ନିକଟସ୍ଥ ସଂଗ୍ରହିତ ଜଙ୍ଗଲରୁ ବୁଧବାର ଏକ  ଅଣ୍ଡିରା ଭାଲୁର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଜଙ୍ଗଲ ଭିତରେ ଭାଲୁଟିର ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ପରେ ପାଟଣା ପ୍ରାଣୀ ଚିକିତ୍ସକ ଡ଼ ଅର୍ପିତ ଅମିତାଂଶୁ ବିଶ୍ୱାଳ ଙ୍କ ଦ୍ୱାରା ଭାଲୁ ର ଶବ ବ୍ୟବଚ୍ଛେଦ କରାଇ ତାକୁ ପୋତି ଦିଆଯାଇଛି।ତେବେ ଭାଲୁଟିର ମୃତ୍ୟୁ କିପରି ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଭାଲୁ ଟି ୩ ରୁ ୪ ଦିନ ହେବ କୌଣସି କାରଣରୁ ମରିଥିବା ଜଣାପଡିଛି।


ନଜର ଓଡ଼ିଶା, ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️ ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର। 🌐 Website: nazarodishanews24.blogspot.com 📞 Contact: 6372448483 📧 Email: nazarodisha07@gmail.com

ରାଇଡର ଦନ୍ତା ଭୟରେ ରାତିରେ ଘର ଛାଡୁଛନ୍ତି ଗ୍ରାମବାସୀ ବାଘଘର ଓ କାଶିବେଡାରେ ହାତୀ ଆତଙ୍କ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
📢 ସୂଚନା | ନଜର ଓଡ଼ିଶା   •   📰 ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️   •   🔴 ଆମର ନୂଆ ନୂଆ ଖବର ପଢ଼ିବା ପାଇଁ ଆଜିହିଁ Visit କରନ୍ତୁ 👇   •   🌐 nazarodishanews24.blogspot.com   •   📸 ଆପଣଙ୍କ ଅଞ୍ଚଳର କୌଣସି ଖବର, ଫଟୋ କିମ୍ବା ଭିଡିଓ ଥିଲେ ଆମକୁ ପଠାନ୍ତୁ।   •   📲 ଖବର ପ୍ରକାଶନ ପାଇଁ WhatsApp: 6372448483   •   🗞️ ଆପଣଙ୍କ ଖବର • ଆମର ଦାୟିତ୍ୱ   •   🔎 ନଜର ଓଡ଼ିଶା — ଓଡ଼ିଶାର ପ୍ରତି ଖବର ଉପରେ ନଜର









ପାଟଣା:୨୫/୮(ନଜରଓଡ଼ିଶା)କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ ବାଘଘର ଓ କାଶିବେଡା ଅଞ୍ଚଳରେ ହାତୀ ଉପଦ୍ରବ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ୨୦ ଟିକିଆ ପରେ ଏବେ ୯ ଟିକିଆ ହାତୀପଲ ରେ ଥିବା ଗୋଟିଏ ରାଇଡର ଦନ୍ତାର ଆତଙ୍କରେ ସନ୍ଧ୍ୟା ହେଲେ ଘରେ ରହିବାକୁ ଭୟ କରୁଛନ୍ତି ଲୋକେ। ଅନେକ ପରିବାର ରାତିରେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ରାଇଡର ଦନ୍ତାଟି ବାଘଘର ଗ୍ରାମର ବିଦ୍ୟାଳୟ ନିକଟରେ ଥିବା କିଶୋର ବେହେରାଙ୍କ ଘର ନିକଟକୁ ଆସିଥିଲା। ଦନ୍ତା ଘର ଭାଙ୍ଗିବା ସହ ଘର ଭିତରେ ରଖାଯାଇଥିବା ଧାନ ଓ ଚାଉଳ ଖାଇ ନଷ୍ଟ କରିଦେଇଥିଲା। ହଠାତ୍ ଦନ୍ତା ଘର ଉପରେ ଆକ୍ରମଣ କରିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏହି ହାତୀପଲ କେବଳ ଘରଦ୍ୱାର ନୁହେଁ, ଅଞ୍ଚଳର ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ବାଘଘର ଓ କାଶିବେଡା ଗ୍ରାମର ବିଭିନ୍ନ ଅଞ୍ଚଳରେ ହାତୀପଲ ଧାନ ଖାଇବା ସହ ପାଦରେ ଦଳି ଚକଟି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଫସଲ ନଷ୍ଟ ହେବାରୁ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ରାଇଡର ଦନ୍ତାର ଗତିବିଧିକୁ ନେଇ ଗ୍ରାମବାସୀଙ୍କ ଭୟ ଆହୁରି ବଢ଼ିଛି। ସନ୍ଧ୍ୟା ପରେ ଗାଁରେ ଭୟର ବାତାବରଣ ଲାଗି ରହୁଥିବା ବେଳେ ଘରେ ରହିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି ଲୋକେ। ଏପରି ସ୍ଥିତିରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ହାତୀପଲଙ୍କୁ ଗାଁ ନିକଟରୁ ଅନ୍ୟତ୍ର ଘଉଡ଼ାଇବା ସହ ରାଇଡର ଦନ୍ତାର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ହାତୀ ଦ୍ୱାରା ଭାଙ୍ଗିଥିବା ଘର ଓ ନଷ୍ଟ ହୋଇଥିବା ଧାନ ଫସଲର ତୁରନ୍ତ କ୍ଷୟକ୍ଷତି ଆକଳନ କରି ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି।


ନଜର ଓଡ଼ିଶା, ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️ ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର। 🌐 Website: nazarodishanews24.blogspot.com 📞 Contact: 6372448483 📧 Email: nazarodisha07@gmail.com

ରାଇଡର ଦନ୍ତାର ଅତର୍କିତ ଆକ୍ରମଣ, ଭାଙ୍ଗିଲା ଘର

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
📢 ସୂଚନା | ନଜର ଓଡ଼ିଶା   •   📰 ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️   •   🔴 ଆମର ନୂଆ ନୂଆ ଖବର ପଢ଼ିବା ପାଇଁ ଆଜିହିଁ Visit କରନ୍ତୁ 👇   •   🌐 nazarodishanews24.blogspot.com   •   📸 ଆପଣଙ୍କ ଅଞ୍ଚଳର କୌଣସି ଖବର, ଫଟୋ କିମ୍ବା ଭିଡିଓ ଥିଲେ ଆମକୁ ପଠାନ୍ତୁ।   •   📲 ଖବର ପ୍ରକାଶନ ପାଇଁ WhatsApp: 6372448483   •   🗞️ ଆପଣଙ୍କ ଖବର • ଆମର ଦାୟିତ୍ୱ   •   🔎 ନଜର ଓଡ଼ିଶା — ଓଡ଼ିଶାର ପ୍ରତି ଖବର ଉପରେ ନଜର

 


ହାତୀ ଉପଦ୍ରବକୁ ନେଇ ଚିନ୍ତାରେ ଲୋକେ।ଦେଖନ୍ତୁ ଭିଡିଓ

କେନ୍ଦୁଝର ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନର କାଶିବେଡା ଓ ବାଘଘର ଗାଁରେ ୯ ଟିକିଆ ହାତୀପଲର ଉପଦ୍ରବ ଜାରି। ରାତି ପ୍ରାୟ ୧୧ଟାରେ ବାଘଘର ଗାଁର କିଶୋର ବେହେରାଙ୍କ ଘରକୁ ରାଇଡର ଦନ୍ତା ଆକ୍ରମଣ କରି ଭାଙ୍ଗି ଦେଇଛି। ହାତୀ ଭୟରେ ଆତଙ୍କିତ ଗ୍ରାମବାସୀ।

ଆନନ୍ଦେଶ୍ୱର ମନ୍ଦିରରେ ହନୁ ମାଙ୍କଡ଼ର ଅଭିନବ ଶିବ ଆରାଧନା

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
📢 ସୂଚନା | ନଜର ଓଡ଼ିଶା   •   📰 ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️   •   🔴 ଆମର ନୂଆ ନୂଆ ଖବର ପଢ଼ିବା ପାଇଁ ଆଜିହିଁ Visit କରନ୍ତୁ 👇   •   🌐 nazarodishanews24.blogspot.com   •   📸 ଆପଣଙ୍କ ଅଞ୍ଚଳର କୌଣସି ଖବର, ଫଟୋ କିମ୍ବା ଭିଡିଓ ଥିଲେ ଆମକୁ ପଠାନ୍ତୁ।   •   📲 ଖବର ପ୍ରକାଶନ ପାଇଁ WhatsApp: 6372448483   •   🗞️ ଆପଣଙ୍କ ଖବର • ଆମର ଦାୟିତ୍ୱ   •   🔎 ନଜର ଓଡ଼ିଶା — ଓଡ଼ିଶାର ପ୍ରତି ଖବର ଉପରେ ନଜର

 

ପାଟଣା:୨୫/୮,(ନଜର ଓଡ଼ିଶା) ପାଟଣା ମୁଖ୍ୟାଳୟ ଅଞ୍ଚଳର ପ୍ରସିଦ୍ଧ ଆନନ୍ଦେଶ୍ୱର ମନ୍ଦିର ପରିସରରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଏକ ଅଭାବନୀୟ ତଥା ଭକ୍ତିପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ସମୟରେ ଏକ ହନୁ ମାଙ୍କଡ଼ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରି ଶିବଲିଙ୍ଗ ନିକଟରେ ବସି ରହିବା ଓ ପ୍ରଭୁଙ୍କୁ ପ୍ରଣାମ କରି ସେଠାରେ ନଡ଼ିଆ ଖାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।