କୂଅରୁ ଜୀବନ୍ତ ବାର୍ହା ଉଦ୍ଧାର; ଅଗ୍ନିଶମ ବାହିନୀ ଜଙ୍ଗଲରେ ଛାଡ଼ିଲା
News Summary
ସରାସକୋଲା ଗ୍ରାମରେ କୂଅରେ ପଡ଼ିଥିବା ଜୀବନ୍ତ ବାର୍ହାକୁ ପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୨୨/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଅନ୍ତର୍ଗତ ସରାସକୋଲା ଗ୍ରାମରେ ଏକ ବାଡ଼ି କୂଅରୁ ଜୀବନ୍ତ ବାର୍ହାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ବନ ବିଭାଗର ଉପସ୍ଥିତିରେ ବାର୍ହାଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।ସୂଚନା ଅନୁସାରେ, ସରାସକୋଲା ଗ୍ରାମର ଜିତେନ୍ଦ୍ର ବେହେରାଙ୍କ ବାଡ଼ି ପଛପଟେ ଥିବା ଏକ କୂଅ ଭିତରେ ଗତକାଲି ବିଳମ୍ବିତ ରାତିରେ ଏକ ବାର୍ହା ଖସିପଡ଼ିଥିଲା। ସକାଳେ ପରିବାର ଲୋକେ କୂଅ ଭିତରୁ ଶବ୍ଦ ଶୁଣି ଦେଖିବା ବେଳେ ବାର୍ହାଟି କୂଅ ଭିତରେ ପଡ଼ିଥିବା ଦେଖିଥିଲେ।ଏନେଇ ତୁରନ୍ତ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଖବର ପାଇ ପାଟଣା ଅଗ୍ନିଶମ କେନ୍ଦ୍ର ଅଧିକାରୀ ଗୌରମୋହନ ହେମ୍ବ୍ରମଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଅଗ୍ନିଶମ କର୍ମଚାରୀମାନେ ଜାଲ ଓ ବଡ଼ କଡ଼େଇର ସାହାଯ୍ୟ ନେଇ କୂଅ ଭିତରୁ ବାର୍ହାଟିକୁ ସୁରକ୍ଷିତ ଭାବେ ଜୀବନ୍ତ ଉଦ୍ଧାର କରିଥିଲେ।ପରେ ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା ଓ ବନପାଳ ନିରଞ୍ଜନ ସେଠୀଙ୍କ ସମେତ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ବାର୍ହାଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)