ତୁରୁମୁଙ୍ଗାରେ ଉତ୍ପାତ ମଚାଇଥିବା ହନୁ ମାଙ୍କଡ଼କୁ କାବୁ କଲା ବନ ବିଭାଗ
News Summary
ତୁରୁମୁଙ୍ଗା ବଜାର ଓ ଉଚ୍ଚ ବିଦ୍ୟାଳୟରେ ଉତ୍ପାତ ମଚାଇଥିବା ହନୁ ମାଙ୍କଡ଼କୁ ବନ ବିଭାଗ କାବୁ କରି ଘଞ୍ଚ ଜଙ୍ଗଲରେ ଛାଡ଼ିଲା। ୭ ଛାତ୍ରଛାତ୍ରୀ ଆହତ ହୋଇଥିଲେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୨/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାର ଅଞ୍ଚଳରେ ପ୍ରାୟ ଏକ ସପ୍ତାହ ଧରି ଉତ୍ପାତ ମଚାଉଥିବା ଏକ ହନୁ ମାଙ୍କଡ଼କୁ ଶେଷରେ କାବୁ କରିଛି ବନ ବିଭାଗ। ମାଙ୍କଡ଼ଟି ବିଭିନ୍ନ ଦୋକାନରୁ ବିସ୍କୁଟ, ବରା ଆଦି ମାଗି ଖାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହା ପ୍ରିୟ ହୋଇଥିଲା।ତେବେ ସୋମବାର ମାଙ୍କଡ଼ଟି ତୁରୁମୁଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରକୁ ମଧ୍ୟାହ୍ନ ଭୋଜନ ଖାଇବା ଆଶାରେ ଆସିଥିଲା। ଏହି ସମୟରେ କିଛି ଛାତ୍ର ତାକୁ ବିରକ୍ତ କରିବାରୁ ମାଙ୍କଡ଼ଟି ରାଗିଯାଇ ଏକ ଶ୍ରେଣୀଗୃହରେ ପଶିଥିଲା। ସେଠାରେ ଏହା ୭ ଜଣ ଛାତ୍ରଛାତ୍ରୀଙ୍କୁ ରାମ୍ପୁଡ଼ି ଦେଇଥିବା ଜଣାପଡ଼ିଛି।
ମାଙ୍କଡ଼ ଆକ୍ରମଣରେ ଆହତ ଛାତ୍ରଛାତ୍ରୀମାନେ କେନ୍ଦୁଝର ଯାଇ ପ୍ରତିଷେଧକ ଟିକା ନେଇଥିଲେ। ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦିଆଯିବା ପରେ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ମଙ୍ଗଳବାର ତୁରୁମୁଙ୍ଗାରେ ପହଞ୍ଚିଥିଲେ।ବନ ବିଭାଗର କର୍ମଚାରୀମାନେ ହନୁ ମାଙ୍କଡ଼ଟିକୁ କାବୁ କରିବା ପରେ ଏକ ଘଞ୍ଚ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)