ପନିକିରେ ହାଣି ଯୁବକଙ୍କ ହତ୍ୟା: ୩୩ ମାସ ପରେ ଭୂବନରୁ ଅଭିଯୁକ୍ତ ଗିରଫ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୮/୯: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଘଟିଥିବା ଯୁବକ ହତ୍ୟା ଘଟଣାରେ ପ୍ରାୟ ୩୩ ମାସ ପରେ ଜଣେ ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ଭୂବନରୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭୂବନ ଅଞ୍ଚଳର ବିରେନ୍ଦ୍ର ସାହୁ (୩୭)।
ପୁଲିସ ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବର ୬ ତାରିଖ ରାତିରେ ଘଟଗାଁ ଥାନା ଅଧୀନ ଢେଙ୍କିକୋଟ ପୁଲିସ ବିଟ୍ ଅଞ୍ଚଳର ପାତ୍ର ସାହିରେ ଖଣ୍ଟଘର ଗ୍ରାମର ଭାରତ ଭୂଷଣ ନାୟକ ଓରଫ ଛବି (୨୮)ଙ୍କୁ ପନିକିରେ ଆକ୍ରମଣ କରି ହତ୍ୟା କରାଯାଇଥିଲା।ଘଟଣା ସମୟରେ ଭାରତ ଭୂଷଣ ଜଣେ ମହିଳାଙ୍କ ଘରେ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏନେଇ ଘଟଗାଁ ଥାନାରେ ହତ୍ୟା ମାମଲା ନମ୍ବର ୨୮୨/୨୦୨୩ ରୁଜୁ ହୋଇଥିଲା। ଘଟଣା ସହ ଜଡ଼ିତ ଜଣେ ମହିଳାଙ୍କୁ ପୁଲିସ ପୂର୍ବରୁ ଗିରଫ କରିଥିଲା। ସେ ବର୍ତ୍ତମାନ ଜାମିନରେ ଥିବା ଜଣାପଡ଼ିଛି।ମାମଲାର ତଦନ୍ତ ତତ୍କାଳୀନ ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର କରିଥିଲେ। ତେବେ ଘଟଣା ପରଠାରୁ ଅଭିଯୁକ୍ତ ବିରେନ୍ଦ୍ର ସାହୁ ଫେରାର ଥିବାରୁ ତାଙ୍କୁ ଗିରଫ କରାଯାଇପାରିନଥିଲା।ବର୍ତ୍ତମାନ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ମାମଲାକୁ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଥିଲେ। ଶେଷରେ ପୁଲିସ ଟିମ୍ ଢେଙ୍କାନାଳ ଜିଲ୍ଲା ଭୂବନରେ ଚଢ଼ଉ କରି ବିରେନ୍ଦ୍ର ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।ଅଭିଯୁକ୍ତଙ୍କୁ ଧରିବା ଓ ତଦନ୍ତ ପ୍ରକ୍ରିୟାରେ ଏସ୍ଆଇ ଗାଙ୍ଗିଆ ଲାକ୍ରା, ପ୍ରଶାନ୍ତ ବେହେରାଙ୍କ ସମେତ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ। ମାମଲାର ତଦନ୍ତକୁ ଗୁରୁତ୍ୱ ସହ ନିଆଯାଇଥିବା ନେଇ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ସୂଚନା ଦେଇଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)