ଢେଙ୍କିକୋଟରେ ବିଜେଡିକୁ ଝଟକା: ବିଜେପିରେ ଯୋଗଦେଲେ ତୁଙ୍ଗନେତାଙ୍କ ସମେତ ୫୦ରୁ ଅଧିକ କର୍ମୀ
News Summary
ଢେଙ୍କିକୋଟରେ ବିଜେଡିକୁ ଝଟକା। ବାବୁଲା ସାହୁଙ୍କ ସମେତ ୫୦ରୁ ଅଧିକ କର୍ମୀ ବିଜେପିରେ ଯୋଗଦେଲେ। ସାଂସଦ ଅନନ୍ତ ନାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୫/୯: ଢେଙ୍କିକୋଟ ନିକଟବର୍ତ୍ତୀ ଲଙ୍ଗଳକଣ୍ଟିଠାରେ ଥିବା ଜିଲ୍ଲା ସାଂସଦଙ୍କ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେଡିକୁ ବିଦାୟ ଦେଇ କିଛି ତୁଙ୍ଗନେତାଙ୍କ ସମେତ ୫୦ରୁ ଅଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।ଦୀର୍ଘଦିନର ରାଜନୈତିକ ସମ୍ପର୍କ ଓ ମୋହମାୟାକୁ ପଛରେ ପକାଇ ସେମାନେ ବିଜେପିରେ ଯୋଗ ଦେଇଥିବା କୁହାଯାଇଛି। ଏହି ମିଶ୍ରଣ ପରେ ବିଜେପି ଶିବିରରେ ଉତ୍ସାହ ଓ ଖୁସିର ମାହୋଲ ଦେଖାଦେଇଛି।ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଢେଙ୍କିକୋଟର ବିଶିଷ୍ଟ ବ୍ୟବସାୟୀ ବାବୁଲା ସାହୁ, ବନମାଳୀ ନାଏକ, ଦୈତାରୀ ନାଏକ, ସେକ୍ ଜାବେର, ଗାମା ଦଳେଇ ଓ ବୁଲୁ ନାଏକଙ୍କ ସମେତ ଅନ୍ୟାନ୍ୟ ଗ୍ରାମର ୫୦ରୁ ଅଧିକ କର୍ମୀ ରହିଛନ୍ତି।ଏହି ମିଶ୍ରଣ ପର୍ବରେ ଖୋଦ୍ ସାଂସଦ ଶ୍ରୀ ଅନନ୍ତ ନାୟକ, ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର, ମଣ୍ଡଳ ସଭାପତି ରଞ୍ଜିତ ନାଏକ, ବରିଷ୍ଠ ରାଜନେତା ତଥା ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଡାକ୍ତର ଶମ୍ଭୁନାଥ ରାଉତ, ରାମଚନ୍ଦ୍ର ସାହୁଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ନେତା ଓ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ମିଶ୍ରଣ ପରେ ଢେଙ୍କିକୋଟ ଅଞ୍ଚଳରେ ବିଜେପିର ସାଂଗଠନିକ ଶକ୍ତି ଆହୁରି ବଢ଼ୁଥିବା ନେଇ ରାଜନୈତିକ ମହଲ ସହ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
