ପାଟଣା,୧୨/୯, ପାଟଣା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ବନାଞ୍ଚଳ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ବନ ପରିଚାଳନା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଦ୍ୟୁତ ପ୍ରହରୀ କାର୍ଯ୍ୟକ୍ରମ, ବିଦ୍ୟୁତ ସୁରକ୍ଷା ନିରୀକ୍ଷଣ, ପ୍ରଥମ ବର୍ଷର ଚାରାରୋପଣର ଜୀବନ୍ତତା ହାର, ବାଉଁଶ, ପଶୁଖାଦ୍ୟ ଓ ଫଳଜାତୀୟ ଚାରାରୋପଣ ସହ ଚାରା ବଣ୍ଟନ ନେଇ ଆଲୋଚନା ହୋଇଥିଲା।ସେହିପରି ସୌର ଆଲୋକ ବ୍ୟବସ୍ଥା, ଭିଏସଏସ୍ ରିଭଲଭିଂ ଫଣ୍ଡ ଋଣ ପରିଶୋଧ, ମଣିଷ–ହାତୀ ସଂଘର୍ଷ ରୋକିବା ଓ ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଅନୁକମ୍ପା ସର୍ଭେ ଅନୁମୋଦନ ସମ୍ପର୍କିତ ବିଷୟ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା।ବୈଠକରେ ପାଟଣା ବନାଞ୍ଚଳର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରା କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ। ବନପାଳ ନିରଞ୍ଜନ ସେଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ପାଟଣା ବନାଞ୍ଚଳ ସ୍ତରୀୟ ସମୀକ୍ଷା ବୈଠକ: ବନ ପରିଚାଳନା ଓ ମଣିଷ–ହାତୀ ସଂଘର୍ଷ ଉପରେ ଗୁରୁତ୍ୱ
ପାଟଣା,୧୨/୯, ପାଟଣା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ବନାଞ୍ଚଳ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ବନ ପରିଚାଳନା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଦ୍ୟୁତ ପ୍ରହରୀ କାର୍ଯ୍ୟକ୍ରମ, ବିଦ୍ୟୁତ ସୁରକ୍ଷା ନିରୀକ୍ଷଣ, ପ୍ରଥମ ବର୍ଷର ଚାରାରୋପଣର ଜୀବନ୍ତତା ହାର, ବାଉଁଶ, ପଶୁଖାଦ୍ୟ ଓ ଫଳଜାତୀୟ ଚାରାରୋପଣ ସହ ଚାରା ବଣ୍ଟନ ନେଇ ଆଲୋଚନା ହୋଇଥିଲା।ସେହିପରି ସୌର ଆଲୋକ ବ୍ୟବସ୍ଥା, ଭିଏସଏସ୍ ରିଭଲଭିଂ ଫଣ୍ଡ ଋଣ ପରିଶୋଧ, ମଣିଷ–ହାତୀ ସଂଘର୍ଷ ରୋକିବା ଓ ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଅନୁକମ୍ପା ସର୍ଭେ ଅନୁମୋଦନ ସମ୍ପର୍କିତ ବିଷୟ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା।ବୈଠକରେ ପାଟଣା ବନାଞ୍ଚଳର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରା କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ। ବନପାଳ ନିରଞ୍ଜନ ସେଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ସଭା କାର୍ଯ୍ୟ ପରେ ସାହାରପଡା ସେକ୍ସନର ଗୁରୁଚରଣ ମହାନ୍ତଙ୍କୁ ନୟାଜଗନ୍ନାଥପୁରରେ ବନୀକରଣର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମାନପତ୍ର ଓ ପୁରସ୍କାର ରାଶି ଏହି ଅବସରରେ ପ୍ରଦାନ କରାଯାଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)