ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ
News Summary
କେନ୍ଦୁଝର ପାଟଣା ଥାନା ଅଞ୍ଚଳ ଗଦଗଦି ଗ୍ରାମରେ ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୬୬ ବର୍ଷୀୟ ଶୁକ୍ରା ମୁଣ୍ଡାଙ୍କ ମୃତ୍ୟୁ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୩/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ଉଦୟପୁର ନିକଟ ଗଦଗଦି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଦଗଦି ଗ୍ରାମର ଶୁକ୍ରା ମୁଣ୍ଡା (୬୬)।ସୂଚନା ଅନୁଯାୟୀ, ଶୁକ୍ରା ମୁଣ୍ଡା ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଏହି ସମୟରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।ଏନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ନମ୍ବର ୫୨/୨୦୨୬ ରୁଜୁ ହୋଇଛି। ଥାନା ଏଏସ୍ଆଇ ଧନେଶ୍ୱର ପାତ୍ର ଘଟଣାସ୍ଥଳରୁ ମୃତକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛନ୍ତି। ଘଟଣାକୁ ନେଇ ଗଦଗଦି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)