ବାଜିରାଉତ କ୍ଲବ୍ ପକ୍ଷରୁ ଗଣେଶ ପୂଜା, ଭକ୍ତଙ୍କ ପାଇଁ ପ୍ରସାଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
News Summary
ପାଟଣା ଭୂରୁଡ଼ିପଶିରେ ବାଜିରାଉତ କ୍ଲବ୍ ପକ୍ଷରୁ ଗଣେଶ ପୂଜା ଧୁମଧାମରେ ପାଳିତ। ଭକ୍ତଙ୍କ ପାଇଁ ପ୍ରସାଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭସାଣି ପାଇଁ ପ୍ରସ୍ତୁତି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୧୬।୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଭୂରୁଡ଼ିପଶି ଗ୍ରାମରେ ବାଜିରାଉତ କ୍ଲବ୍ ଆନୁକୂଲ୍ୟରେ ବିଘ୍ନରାଜ ଶ୍ରୀଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହେଉଛି। ଗଣେଶ ପୂଜାକୁ ନେଇ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।ପୂଜା ଅବସରରେ ଭକ୍ତମାନଙ୍କ ପାଇଁ କ୍ଲବ୍ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଭକ୍ତ ଓ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।ଗଣେଶ ପୂଜା ଆୟୋଜନରେ କ୍ଲବ୍ର ସଦସ୍ୟ ମନୋରଞ୍ଜନ, ଦିପୁ, ନୀତିନ, ତୁଷାର, ଲଳିତ, ମହେଶ, ଚତୁର୍ଭୁଜ, ସ୍ୱଦେଶ, ନୀତିଶ, ମିହିର, ଚୁମନ୍, ମଣ୍ଟୁ, ପିକୁନ, ରଞ୍ଜନ, ବୃନ୍ଦା, ଶିପୁ, ଲିଟୁ ଓ ଲିକୁନ ପ୍ରମୁଖ ସହଯୋଗ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)