ତୁରୁମୁଙ୍ଗାରେ ହାପି କ୍ଲବ୍ ପକ୍ଷରୁ ନୃତ୍ୟ-ସଙ୍ଗୀତ ପ୍ରତିଯୋଗିତା
News Summary
ତୁରୁମୁଙ୍ଗାରେ ହାପି କ୍ଲବ୍ ପକ୍ଷରୁ ଗଣେଶ ପୂଜା ଅବସରରେ କନିଷ୍ଠ ବର୍ଗର ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ। କୃତୀ କଳାକାରଙ୍କୁ ପୁରସ୍କାର ପ୍ରଦାନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୬।୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ହାପି କ୍ଲବ୍ ପକ୍ଷରୁ ଗଣେଶ ପୂଜା ମହୋତ୍ସବ ଧୁମ୍ଧାମରେ ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ତୋରଣ, ସୁସଜ୍ଜିତ ଗଣେଶ ମୂର୍ତ୍ତି ଓ ମନୋରମ ସାଜସଜ୍ଜା ଦେଖଣାହାରୀଙ୍କୁ ବେଶ୍ ଆକର୍ଷିତ କରୁଛି।ଗଣେଶ ପୂଜା ଅବସରରେ ମଙ୍ଗଳବାର ଅପରାହ୍ନରେ କନିଷ୍ଠ ବର୍ଗର କଳାକାରମାନଙ୍କୁ ନେଇ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କନିଷ୍ଠ ବର୍ଗର କଳାକାରମାନେ ନିଜର ନୃତ୍ୟ ଓ ସଙ୍ଗୀତ ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମକୁ ସଚ୍ଚିଦାନନ୍ଦ ମହାକୁଡ଼ ସଂଯୋଜନା କରିଥିଲେ। ହାପି କ୍ଲବ୍ର ସଭାପତି ପ୍ରଦୀପ ସାହୁ, ସମ୍ପାଦକ ସତ୍ୟବ୍ରତ ସାହୁଙ୍କ ସମେତ ଗୁରୁଦେବ ସାହୁ, ସୁଧା ରଞ୍ଜନ ସେଠୀ, ବୀରେନ୍ଦ୍ର କୁମାର ସେଠୀ ଓ ସାଇବ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଶିଳ୍ପପତି ପ୍ରତାପ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଶୋକ କୁମାର ସାହୁ ଓ ଗୋପୀନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ କୃତୀ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)