ପାଟଣା ବ୍ଲକରେ ସେବା ସଂକଳ୍ପ ଅଭିଯାନ: ୨ ପଞ୍ଚାୟତର ଆବେଦନ ଓ ଅଭିଯୋଗ ଶୁଣିଲେ ବିଭାଗୀୟ ଅଧିକାରୀ
News Summary
ପାଟଣା ବ୍ଲକରେ ସେବା ସଂକଳ୍ପ ଅଭିଯାନ। ବଡ଼ପାଟଣା ଓ ଏରେଣ୍ଡେଇ ପଞ୍ଚାୟତର ଆବେଦନ ଓ ଅଭିଯୋଗ ଗ୍ରହଣ ସହ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୨୧/୯: ରାଜ୍ୟ ସରକାରଙ୍କ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ସେବା ସଂକଳ୍ପ ଅଭିଯାନ ଆୟୋଜନ କରାଯାଉଛି।
ଏହି କ୍ରମରେ ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ଓ ଏରେଣ୍ଡେଇ ପଞ୍ଚାୟତ ପାଇଁ ସେବା ସଂକଳ୍ପ ଅଭିଯାନ ପାଟଣା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି। ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଯୋଗଦେଇଥିଲେ।ଶିବିରରେ ବ୍ଲକ ପ୍ରଶାସନ ସମେତ ରାଜସ୍ୱ ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ, ଗଣଶିକ୍ଷା ବିଭାଗ, ଶ୍ରମ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାମାଜିକ ସୁରକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଭିବିଜି ରାମଜୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବନ ବିଭାଗ ଏବଂ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ବଡ଼ପାଟଣା ଓ ଏରେଣ୍ଡେଇ ପଞ୍ଚାୟତରୁ ଆସିଥିବା ଲୋକମାନଙ୍କର ବିଭିନ୍ନ ଆବେଦନ ଓ ଅଭିଯୋଗ ଅଧିକାରୀମାନେ ଗ୍ରହଣ କରିବା ସହ ଏହାର ସମାଧାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ।କାର୍ଯ୍ୟକ୍ରମରେ ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ସହ ଅତିରିକ୍ତ ତହସିଲଦାର ରବି ଶଙ୍କର ହେମ୍ବ୍ରମ, ଏବିଡିଓ ଜଗଦୀଶ ନାୟକ, ଯୋଗାଣ ନିରୀକ୍ଷକ ଦିବ୍ୟରଞ୍ଜନ ଭୋଇ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ, ଗ୍ରାମୀଣ ଆବାସ ସଂଯୋଜକ ସୁରେନ୍ଦ୍ର ଖଣ୍ଡା, ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସିପ୍ରା ରାଣୀ ମହାନ୍ତ, ସହକାରୀ ଶ୍ରମ ଅଧିକାରୀ ଅମରେଶ କର, ଆଇସିଡିଏସ୍ ପରିଦର୍ଶିକା, ପ୍ରାଣୀ ଚିକିତ୍ସକଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।ଏହାସହ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶିବିରକୁ ଆସିଥିବା ଲୋକଙ୍କ ପାଇଁ ନିଶୁଳ୍କ ରକ୍ତ ପରୀକ୍ଷା, ମଧୁମେହ ପରୀକ୍ଷା ଓ ହିମୋଗ୍ଲୋବିନ ପରୀକ୍ଷା ଆଦିର ବ୍ୟବସ୍ଥା କରାଯାଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)