ପାଟଣାରେ ୯ ଗୋରୁ ବୋଝେଇ ପିକଅପ୍ ଜବଦ, ୨ ଅଟକ
News Summary
ସାହାରପଡ଼ା ନିକଟରୁ ପିକଅପ୍ ଜବତ; ଜଣେ ଯୁବକ ଓ ନାବାଳକ ଅଟକ। ୯ ଗୋରୁଙ୍କୁ କରଞ୍ଜିଆ ଗୋଶାଳାକୁ ପଠାଗଲା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା:୨୧/୯,ଗୋରୁ ଚାଲାଣ ଅଭିଯୋଗରେ ପାଟଣା ବନ ବିଭାଗ ଏକ ଗୋରୁ ବୋଝେଇ ପିକଅପ୍ ଗାଡ଼ିକୁ ଜବଦ କରି ପୁଲିସ ଜିମା ଦେଇଛି। ଗାଡ଼ିରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ୯ଟି ଗୋରୁଙ୍କୁ ନେଇ ଯଶିପୁର ଅଭିମୁଖେ ଚାଲାଣ କରାଯାଉଥିବା ବେଳେ ସାହାରପଡ଼ା ନିକଟରୁ ବନ ବିଭାଗ ଏହାକୁ ଜବଦ କରିଥିଲା।ସୂଚନା ଅନୁଯାୟୀ, ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା, ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡ଼ା ବନପାଳ ଶ୍ରୀମନ୍ତ ବେହେରା, ବନରକ୍ଷୀ ସାଗରିକା ବେଜ୍, ପାରା କର୍ମଚାରୀ ଏମ୍ଡି ୱାସିମ୍ଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀମାନେ ଚୋରା କାଠ ଚାଲାଣ ସମ୍ପର୍କିତ ସୂଚନା ଆଧାରରେ ପାଟ୍ରୋଲିଂ କରୁଥିଲେ।
ଏହି ସମୟରେ ଢେଙ୍କିକୋଟ ପଟୁ ଯଶିପୁର ଅଭିମୁଖେ ଯାଉଥିବା ଏକ ପିକଅପ୍ ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରେ ୯ଟି ଗୋରୁ ଥିବା ଜଣାପଡ଼ିବା ପରେ ବନ ବିଭାଗ ପିକଅପ୍ଟିକୁ ଜବଦ କରି ସାହାରପଡ଼ା ଫାଣ୍ଡି ପୁଲିସ ଜିମା ଦେଇଥିଲା।ଏହି ଘଟଣାରେ ପୁଲିସ ଯଶିପୁର ଅଞ୍ଚଳର ନାସିର ଅହମ୍ମଦ (୨୬)ଙ୍କ ସମେତ ଜଣେ ନାବାଳକଙ୍କୁ ଅଟକ ରଖିଛି। ଘଟଣାକୁ ନେଇ ପାଟଣା ଥାନାରେ କେସ୍ ନମ୍ବର ୩୨୩/୨୦୨୬ରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଜବଦ ହୋଇଥିବା ୯ଟି ଗୋରୁଙ୍କୁ ସୁରକ୍ଷିତ ଭାବେ କରଞ୍ଜିଆ ଗୋଶାଳାକୁ ପଠାଯାଇଛି। ଜବଦ ପିକଅପ୍ ଗାଡ଼ିଟି ବର୍ତ୍ତମାନ ସାହାରପଡ଼ା ଫାଣ୍ଡିରେ ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)