ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ ଦେଢ଼ଶୁର ଗିରଫ
News Summary
ପାଟଣା ବାଲିବନ୍ଧ ଗ୍ରାମରେ ୫ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ସମ୍ପର୍କୀୟ ଦେଢ଼ଶୁର ଗିରଫ ହୋଇ କୋର୍ଟ ଚାଲାଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୩/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ ଜଣେ ୫ ମାସର ଗର୍ଭବତୀ ୨୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦେଢ଼ଶୁରଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିବନ୍ଧ ଗ୍ରାମର ଲୋକନାଥ ମହାନ୍ତ (୨୮)।ଅଭିଯୋଗ ଅନୁଯାୟୀ, ମହିଳାଙ୍କ ସ୍ୱାମୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ସେ ଶାଶୁଘରେ ରହୁଥିଲେ। ଗତ ସେପ୍ଟେମ୍ବର ୨୦ ତାରିଖରେ ଘରେ କେହି ନଥିବା ସମୟରେ, ସମ୍ପର୍କୀୟ ଦେଢ଼ଶୁର ଲୋକନାଥ ମହାନ୍ତ ତରକାରୀ ମାଗିବା ବାହାନାରେ ଘରକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିଲା।ମହିଳା ଜଣକ ପ୍ରତିବାଦ କରିବା ସହ ପାଟି କରିବାରୁ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।ଏନେଇ ପାଟଣା ପୁଲିସ ମାମଲା ନଂ ୩୨୫/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନା ଏସ୍ଆଇ ଲକ୍ଷ୍ମଣ କୁମାର ମାଝୀଙ୍କ ନେତୃତ୍ୱରେ ପୁଲିସ ଅଭିଯୁକ୍ତ ଲୋକନାଥ ମହାନ୍ତଙ୍କୁ ଗିରଫ କରିଛି। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।କୋର୍ଟ ଚାଲାଣ ପୂର୍ବରୁ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)