ମହିଷାମୁଣ୍ଡି ଗ୍ରାମରେ ଅତ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ୧୦୭ତମ ଜନ୍ମଜୟନ୍ତୀ ପାଳିତ
News Summary
ପାଟଣା ମହିଷାମୁଣ୍ଡିରେ କୋଲ ଲାକୋ ବୋଦ୍ରାଙ୍କ ୧୦୭ତମ ଜନ୍ମଜୟନ୍ତୀ ପାଳିତ। ୨୦ ପଞ୍ଚାୟତର ହୋ ସମାଜ ସଦସ୍ୟ ଯୋଗଦେଲେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୧/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମହିଷାମୁଣ୍ଡି ଗ୍ରାମରେ ଅତ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ୧୦୭ତମ ଜନ୍ମଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପାଟଣା ବ୍ଲକ ଅଧୀନ ୨୦ଟି ପଞ୍ଚାୟତର ହୋ ସମାଜର ବହୁ ସଦସ୍ୟ ଯୋଗଦେଇ ଜନ୍ମଜୟନ୍ତୀ ପାଳନ କରିଥିଲେ।ମହିଷାମୁଣ୍ଡି ଗ୍ରାମର ସାଗାଇ ତୋପୋଲ ହୋ ସମାଜର ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ଅବସରରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିର୍ସାମୁଣ୍ଡା ସମାଜ ମାର୍ଶାଲ ଆକାଡେମୀ, ପାଟଣା ବ୍ଲକ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା।ଏହି ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ପାଟଣା ବ୍ଲକର ୨୦ଟି ପଞ୍ଚାୟତର କମ୍ୟୁନିଟି ଲିଡରମାନେ ଯୋଗଦେଇଥିଲେ। ସେମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଗରିମା ବଢ଼ାଇଥିଲା।ଏହି ଅବସରରେ ଅତ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ଜୀବନ, ଆଦର୍ଶ ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। ଉପସ୍ଥିତ ବକ୍ତାମାନେ ତାଙ୍କ ଆଦର୍ଶ ଓ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିବା ସହ ସମାଜର ଏକତା ଓ ଉନ୍ନତି ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ସମାଜର ସଦସ୍ୟ ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା କମ୍ୟୁନିଟି ଲିଡରମାନଙ୍କ ଉପସ୍ଥିତିରେ ସମଗ୍ର କାର୍ଯ୍ୟକ୍ରମ ଉତ୍ସବମୁଖର ହୋଇଉଠିଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)