ପାଟଣାରେ ‘ସଂଯୋଗ’ ପ୍ରକଳ୍ପର ଶୁଭାରମ୍ଭ ଓ ବ୍ଲକସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
News Summary
ପାଟଣା ବ୍ଲକରେ ‘ସଂଯୋଗ’ ପ୍ରକଳ୍ପ ଶୁଭାରମ୍ଭ; ୨୫ ଗ୍ରାମର ବିକାଶକୁ ଗୁରୁତ୍ୱ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୩/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପରିସରରେ ସି.ୱାଇ.ଏସ.ଡି. ପକ୍ଷରୁ ‘ସଂଯୋଗ’ ପ୍ରକଳ୍ପର ଶୁଭାରମ୍ଭ ଓ ବ୍ଲକସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଂଯୋଜିକା ସବିତା ସୁବୁଦ୍ଧିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଭାରପ୍ରାପ୍ତ ଏବିଡିଓ ପାର୍ବତୀ ସର୍ଦ୍ଦାର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ନାଏକ, ମିରିଗିଖୋଜି ସରପଞ୍ଚ ମନମୋହନ ବେହେରା, ଉତ୍ତର ଜୋନ୍ର ଜୋନାଲ ହେଡ୍ ଶୁଭମ୍ କୁମାର ଜେନା ଓ ପ୍ରକଳ୍ପ ସଂଯୋଜିକା ପ୍ରୀତିନନ୍ଦା ବେଉରା ପ୍ରମୁଖ ଉପସ୍ଥିତ ଥିଲେ।‘ସଂଯୋଗ’ ପ୍ରକଳ୍ପ ମାଧ୍ୟମରେ ପାଟଣା ବ୍ଲକର ଟାଙ୍ଗରପଡ଼ା, ସରାସକେଲା, ଡୁମୁରିଆ, ପଲାଣଘାଟି ଓ ମିରିଗିଖୋଜି ପଞ୍ଚାୟତ ଅଧୀନରେ ଥିବା ୨୫ଟି ଗ୍ରାମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାର ଲକ୍ଷ୍ୟ ରହିଛି।
ଏହି ପ୍ରକଳ୍ପରେ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟି, ପରିବେଶ ସୁରକ୍ଷା ଏବଂ ସଶକ୍ତିକରଣ ଭଳି ୪ଟି ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ।ଏହି ଅବସରରେ ପାଟଣା ବ୍ଲକ ଯୋଗାଣ ନିରୀକ୍ଷକ ଦିବ୍ୟରାଜ ଭୋଇ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପାର୍ଥ ସାରଥୀ ଦାଶ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଭୟ କୁମାର ଦେହୁରୀ, ମିଶନ ଶକ୍ତି ବ୍ଲକ ସଂଯୋଜିକା ସୁଚିସ୍ମିତା ସାହୁ, ସମନ୍ୱିତ ଶିଶୁ ବିକାଶ ସୁପରଭାଇଜର ରତ୍ନମଣି ମହାନ୍ତ, ବ୍ଲକ ଜଳ ଯୋଗାଣ ଅଧିକାରୀ ମିଥୁନ ମାଝୀ, ପରିମଳ ଯୋଜନା ବ୍ଲକ ସଂଯୋଜକ ଜମାଲୁଧିନ ଖାନ୍, କୃଷି ଅଧିଦର୍ଶକ ଦୁର୍ଗାଚରଣ ତ୍ରିପାଠୀ, ମୃତ୍ତିକା ସମ୍ପ୍ରସାରଣ କର୍ମଚାରୀ ରୋହିତ କୁମାର ନାଏକ ଓ ଆବାସ ଯୋଜନା ବ୍ଲକ ସଂଯୋଜକ ସୁରେନ୍ଦ୍ର ଖଣ୍ଡାଙ୍କ ସମେତ ନୂତନ ଭାବେ ଯୋଗଦେଇଥିବା ୫ ଜଣ ସିଆରପି ଉପସ୍ଥିତ ଥିଲେ।ଶେଷରେ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସି.ୱାଇ.ଏସ.ଡି. ସଂଯୋଜକ ଗୀତାଶ୍ରୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ସି.ୱାଇ.ଏସ.ଡି.ର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)