ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ଼ ରାଣୀ ପଙ୍କଜିନିଙ୍କ କୃତିତ୍ୱ

News Summary

କେନ୍ଦୁଝର ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ସାହାରପଡ଼ାର ପଙ୍କଜିନି ମହାନ୍ତଙ୍କ କୃତିତ୍ୱ। ୧୫୦୦ ଓ ୩୦୦୦ ମିଟର ଦୌଡ଼ରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ଯୋଗ୍ୟତା ହାସଲ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୮/୯: ଚଳିତ ୨୦୨୬-୨୭ ଶିକ୍ଷାବର୍ଷର ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ସାହାରପଡ଼ା ବ୍ଲକ୍‌ର ଏମ୍.ଜି.ଏମ୍. ହାଇସ୍କୁଲ, ଖଜୁରୀଡିହାର ଦଶମ ଶ୍ରେଣୀ ଛାତ୍ରୀ ପଙ୍କଜିନି ମହାନ୍ତ ଚମତ୍କାର କୃତିତ୍ୱ ହାସଲ କରିଛନ୍ତି। ୧୫୦୦ ମିଟର ଓ ୩୦୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ସେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଏବଂ ଯେଆରସିଓ ପ୍ରଶାନ୍ତ କୁମାର ପରିଡ଼ା ଯୋଗଦେଇଥିଲେ।
ପଙ୍କଜିନି ମହାନ୍ତଙ୍କ ଏହି ସଫଳତାରେ ତାଙ୍କ ପରିବାର, ବିଦ୍ୟାଳୟ ଓ ସାହାରପଡ଼ା ବ୍ଲକ୍‌ରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ପଙ୍କଜିନିଙ୍କ ପିତା ତ୍ରିଲୋଚନ ମହାନ୍ତ ଓ ମାତା ସୁରଥି ମହାନ୍ତ।ତାଙ୍କ କ୍ରୀଡ଼ା ସଫଳତା ପଛରେ ଏମ୍.ଜି.ଏମ୍. ହାଇସ୍କୁଲ, ଖଜୁରୀଡିହାର କ୍ରୀଡ଼ା ଶିକ୍ଷକ ରାଧାକାନ୍ତ ସେଠୀଙ୍କ ମାର୍ଗଦର୍ଶନ ରହିଛି। ଏଥିସହ ବୈତରଣୀ ଉଚ୍ଚ ବିଦ୍ୟାଳୟ, ଡାଳପକାର କ୍ରୀଡ଼ା ଶିକ୍ଷକ ନକୁଳଚନ୍ଦ୍ର ମହାନ୍ତ ମଧ୍ୟ ପଙ୍କଜିନିଙ୍କୁ ସହଯୋଗ କରିଥିଲେ।ପଙ୍କଜିନିଙ୍କ ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସେଠୀଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀ ଏବଂ ସାହାରପଡ଼ା ବ୍ଲକ୍‌ର ସମସ୍ତ ଶିକ୍ଷକ-ଶିକ୍ଷିକା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏବେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଙ୍କଜିନି ମହାନ୍ତ ଉତ୍କୃଷ୍ଟ ପ୍ରଦର୍ଶନ କରି ସାହାରପଡ଼ା ବ୍ଲକ୍‌ ଓ ନିଜ ବିଦ୍ୟାଳୟର ଗୌରବ ବଢ଼ାଇବେ ବୋଲି ଶୁଭେଚ୍ଛୁମାନେ ଆଶା ପ୍ରକାଶ କରିଛନ୍ତି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।