ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶିବିର
News Summary
ପିପିଳିଆ ଲକ୍ଷ୍ମୀ ନାରାୟଣ ବିଦ୍ୟାଳୟରେ ସଡ଼କ ସୁରକ୍ଷା ଶିବିର। ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନତା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ,୧/୧୦: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ନିୟମ ଓ ଦୁର୍ଘଟଣା ରୋକିବା ସମ୍ପର୍କରେ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପରିବହନ ଅଧିକାରୀ ତାନା ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ସସ୍ମିତା ପଣ୍ଡା ଓ କନେଷ୍ଟବଳ ସୁଷମା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ଅତିଥିମାନେ ଭିଡିଓ ଚିତ୍ର ମାଧ୍ୟମରେ ବିଭିନ୍ନ ସଡ଼କ ଦୁର୍ଘଟଣାର ଦୃଶ୍ୟ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନର ଗୁରୁତ୍ୱ ବୁଝାଇଥିଲେ। ହେଲମେଟ୍ ବ୍ୟବହାର, ଟ୍ରାଫିକ୍ ନିୟମ ପାଳନ ଓ ସତର୍କତାର ସହ ଯାତାୟାତ କରିବା ନେଇ ମଧ୍ୟ ସଚେତନ କରାଯାଇଥିଲା।ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଲେଖ ପ୍ରସାଦ ସାହୁ ଶିବିର ପରିଚାଳନା କରିଥିଲେ। ଅତିଥିମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ ଏବଂ ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ନିରାକାର ସ୍ୱାଇଁ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।