ଗଣ୍ଡଶିଳାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
News Summary
ଗଣ୍ଡଶିଳାରେ ବରିଷ୍ଠ ନାଗରିକ ଦିବସ ପାଳିତ; ସ୍ୱାସ୍ଥ୍ୟ ଓ ଅଧିକାର ନେଇ ସଚେତନତା ସହ ରକ୍ତଚାପ, ମଧୁମେହ ପରୀକ୍ଷା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୩/୧୦: ଘଟଗାଁ ବ୍ଲକ ଅନ୍ତର୍ଗତ ଗଣ୍ଡଶିଳା ଗ୍ରାମରେ ଗଣପତି ୟୁଥ କ୍ଲବ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି। ଏହି ଅବସରରେ ବରିଷ୍ଠ ନାଗରିକଙ୍କ ଅଧିକାର, ସ୍ୱାସ୍ଥ୍ୟ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା କରାଯାଇଥିଲାକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆୟୁଷ ଡାକ୍ତର ଛନ୍ଦାମୟୀ ମାନସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନବାଡ଼ି କର୍ମୀ ମେନକା ନାୟକ, ୱାର୍ଡ ସଦସ୍ୟା ଜମ୍ବୁବତୀ ନାୟକ ଓ ସୁଦାମ ଚରଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ବରିଷ୍ଠ ନାଗରିକଙ୍କ ଯତ୍ନ, ସ୍ୱାସ୍ଥ୍ୟ ଓ ସେମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ।ଗଣପତି ୟୁଥ କ୍ଲବର ସଭାପତି ସୁବାସ ଚନ୍ଦ୍ର ନାୟକ ଓ ସମ୍ପାଦକ ରମେଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକମାନଙ୍କର ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମର ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।