ଗୋରୁ ବୋଝେଇ ବୋଲେରୋ ଜବତ, ୨ ଗୋରୁ ମୃତ; ଡ୍ରାଇଭର ଅଟକ
News Summary
କେନ୍ଦୁଝର ଘଟଗାଁର ପିପିଳିଆ-ସରାସପଶି ରାସ୍ତାରେ ଗୋରୁ ବୋଝେଇ ବୋଲେରୋ ଜବତ। ଦୁର୍ଘଟଣାରେ ୨ ଗୋରୁ ମୃତ, ଡ୍ରାଇଭର ଅଟକ। ୩ ଗୋରୁ ଗୋଶାଳାକୁ ପଠାଗଲା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୬/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ-ସରାସପଶି ରାସ୍ତାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଏକ ଗୋରୁ ବୋଝେଇ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ଜବତ କରାଯାଇଛି। ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼ ଆକାଶିଆ ଜଙ୍ଗଲ ଭିତରକୁ ପଶିଯିବାରୁ ୨ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ଘଟଣାରେ ଗାଡ଼ି ଚାଳକଙ୍କୁ ପୁଲିସ ହେପାଜତକୁ ନେଇଛି।ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ରେ ଅମାନୁଷିକ ଭାବେ ଗୋରୁ ଚାଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଗ୍ରାମବାସୀ ଗାଡ଼ିଟିକୁ ପିଛା କରିବାରୁ ଡ୍ରାଇଭର ଦ୍ରୁତଗତିରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଆକାଶିଆ ବଣ ଭିତରକୁ ପଶିଯାଇଥିଲା।ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ କାବୁ କରିଥିଲେ। ଗାଡ଼ି ଭିତରେ ଚାପି ହୋଇ ରହିଥିବା ୨ଟି ଗୋରୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଖବର ପାଇ ଢେଙ୍କିକୋଟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ଜବତ କରିବା ସହ ଡ୍ରାଇଭରଙ୍କୁ ହେପାଜତକୁ ନେଇଥିଲେ। ମୃତ ଗୋରୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।ଗାଡ଼ିରେ ମୋଟ ୪ଟି ଗୋରୁ ଥିବା ଜଣାପଡ଼ିଛି। ଉଦ୍ଧାର ସମୟରେ ଗୋଟିଏ ଗୋରୁ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିବା ବେଳେ ଅନ୍ୟ ୩ଟି ଗୋରୁଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଯାଇଛି।ପୁଲିସର ନାକାବନ୍ଦି ସତ୍ତ୍ୱେ ଗାଁ ଗହଳିର ବିଭିନ୍ନ ଗଳାବାଟ ଦେଇ ଗୋରୁ ଚାଲାଣ ହେଉଥିବା ଘଟଣା ପୁଣିଥରେ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।