ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ତ୍ରିଲୋଚନ ମହାନ୍ତ ହତ୍ୟା ଘଟଣା: କେନ୍ଦେଇପଶିରେ ୨୪ ଘଣ୍ଟିଆ ପୁଲିସ ତନାଘନା

News Summary

କେନ୍ଦୁଝର କେନ୍ଦେଇପଶିରେ ତ୍ରିଲୋଚନ ମହାନ୍ତ ହତ୍ୟା ଘଟଣାର ତଦନ୍ତ ଜୋରଦାର। CCTV ଫୁଟେଜ୍ ଯାଞ୍ଚ ସହ ୨୪ ଘଣ୍ଟିଆ ପୁଲିସ ପେଟ୍ରୋଲିଂ ଜାରି।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧୀନ କେନ୍ଦେଇପଶି–ପାଟଣା ରାସ୍ତାର ଖୁଣ୍ଟାପଡ଼ା ୟୁକାଲିପଟାସ ଜଙ୍ଗଲ ନିକଟରେ ଜନସେବା କେନ୍ଦ୍ର ମାଲିକ ତ୍ରିଲୋଚନ ମହାନ୍ତଙ୍କ ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ତୁରୁମୁଙ୍ଗା ପୁଲିସ। ଗତ ଦୁଇଦିନ ଧରି କେନ୍ଦେଇପଶି ଓ ଏହାର ଆଖପାଖ ଅଞ୍ଚଳରେ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି। ବିଶେଷକରି କେନ୍ଦେଇପଶି ବଜାରର ବିଭିନ୍ନ ସ୍ଥାନରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ସନ୍ଦେହଜନକ ଗତିବିଧି ଏବଂ ଯାତାୟାତ ସମ୍ପର୍କରେ ସୂଚନା ପାଇବାକୁ ପୁଲିସ ଫୁଟେଜ୍‌ଗୁଡ଼ିକୁ ଖୋଜୁଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ, କେନ୍ଦେଇପଶି ବଜାର ଓ ଆଖପାଖ ଅଞ୍ଚଳରେ ତୁରୁମୁଙ୍ଗା ପୁଲିସର ନିୟମିତ ପେଟ୍ରୋଲିଂ ଜାରି ରହିଛି। ଦିନ ଓ ରାତିରେ ପୁଲିସ ଟିମ୍‌ ଗସ୍ତ କରୁଥିବା ବେଳେ ଘଟଣାସ୍ଥଳ ଓ ଏହାର ଆଖପାଖ ଅଞ୍ଚଳ ଉପରେ ମଧ୍ୟ କଡ଼ା ନଜର ରଖାଯାଉଛି।ସୂଚନା ଅନୁସାରେ, ତ୍ରିଲୋଚନ ମହାନ୍ତଙ୍କୁ ପ୍ରଥମେ ଗୁଳିମାଡ଼ ଏବଂ ପରେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ୩ଟି ଗୁଳି ଖୋକା ମିଳିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରୁଛି।ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। କେନ୍ଦେଇପଶିରେ ନୂଆ ପୁଲିସ ଫାଣ୍ଡି ପ୍ରତିଷ୍ଠା ସହ ଅଞ୍ଚଳରେ ନିୟମିତ ପୁଲିସ ପେଟ୍ରୋଲିଂ ବଢ଼ାଇବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।